ଦୁଇ ବର୍ଷରେ କଟକରୁ ଜବତ ହୋଇଛି ୪କୋଟିର ବ୍ରାଉନସୁଗର

22

ଗତ ଦୁଇ ବର୍ଷ ମଧ୍ୟରେ କଟକ କମିଶନରେଟ ପୁଲିସ ମୋଟ ୪ କେଜି ୬୪୬ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ହେବ। କଟକ ଡିସିପି ପ୍ରତୀକ ସିଂ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ ସମୁଦାୟ ୩୦ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।
ଡିସିପି କହିଛନ୍ତି, ଆଜି ପୁଣି କଟକର ଦରଖାବଜାରରୁ ୨୬୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବାପି, ବିବେକାନନ୍ଦ ଜେନା ଓ ଗୋପୀନାଥ ପାତ୍ର। ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୨୮ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍, ଗୋଟିଏ ବାଇକ୍ ଓ ସ୍କୁଟି ଜବତ କରାଯାଇଛି।
ଦରଘାବଜାର ଜେଲ ପଡ଼ିଆରେ ଅଭିଯୁକ୍ତମାନେ ବ୍ରାଉନସୁଗର ବିକ୍ରି କରୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଦରଘାବଜାର ପୁଲିସ ସେହି ଅଞ୍ଚଳରେ ଚଢ଼ଉ କରି ବ୍ରାଉନସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି I

Leave A Reply

Your email address will not be published.