ଚିନ୍ତା ବଢ଼ାଇଲା ତୃତୀୟ ଲହର :ଶିଶୁଙ୍କ ପ୍ରତି ଅଧିକ ବିପଦ ଆଶଙ୍କା

29

କୋଭିଡ ର ଦ୍ଵିତୀୟ ଲହର ର ଭୟ ନ ଯାଉଣୁ ଏବେ ପୁଣି ଚିନ୍ତା ବଢ଼ାଇଲା ତୃତୀୟ ଲହର ,ଘାରିଲାଣି ଶିଶୁ ଙ୍କ ସୁରକ୍ଷା ଚିନ୍ତା । ସେଥିପାଇଁ ଦୈନିକ ଶିଶୁ ଆକ୍ରାନ୍ତଙ୍କ ଉପରେ ନଜର ରଖ ଯାଇଛି । ଗଲା ୨୪ ଘଣ୍ଟାରେ ରାଜ୍ୟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ୧୩୮ ଶିଶୁ ଓ କିଶୋର । ତେବେ ଯାହା ଅନୁମାନ କରାଯାଉଛି ପୂର୍ବରୁ ମଧ୍ୟ ଶିଶୁ ମାନେ ଆକ୍ରାନ୍ତ ହେଉଥିଲେ ଇ କିନ୍ତୁ ଶିଶୁ ରୋଗ ବିଶେଷଜ୍ଞଙ୍କ ମତ, ପୂର୍ବାପେକ୍ଷା ଅଧିକ ଶିଶୁ ସଂକ୍ରମିତ ହେବା ଆଶଙ୍କା ଥିବାରୁ ସେଥିପ୍ରତି ସତର୍କ ରହିବା ଆବଶ୍ୟକ।
ଦିନକରେ ରାଜ୍ୟର ୧୩୮ ଶିଶୁ କୋଭିଡ୍ ପଜିଟିଭ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ୧୦୫୮ ଆକ୍ରାନ୍ତଙ୍କ ଭିତରୁଶିଶୁ ମାନଙ୍କ ସଂଖ୍ୟା ପ୍ରାୟ ୧୩ ପ୍ରତିଶତ ରହିଛି । ପ୍ରଥମ ଥର ଲାଗି ଶୂନରୁ ୧୮ ବର୍ଷ ବୟସ ବର୍ଗଙ୍କ ଦୈନିକ କରୋନା ସଂକ୍ରମଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ତେବେ ଦେଢ଼ ବର୍ଷ ପରେ ହଠାତ୍ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପରେ ଆଶଙ୍କା ବଢ଼ିବାରେ ଲାଗିଛି । ଲୋକମାନଙ୍କ ମନ ରେ ଛନକା ପଶି ଯାଇଛି ଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ସବୁ ଲକ୍ଷଣଯୁକ୍ତ ପିଲାଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ମାତ୍ର ଗୋଟିଏ ଦିନର ତଥ୍ୟକୁ ନେଇ ଶିଶୁ ଆକ୍ରାନ୍ତ ସଂଖ୍ୟା ବଢ଼ିଯାଇଛି ବୋଲି କୁହାଯାଇପାରିବନି । ଆଗାମୀ କିଛି ଦିନର ତଥ୍ୟକୁ ବିଶ୍ଳେଷଣ କରିବା ପରେ ଶିଶୁ ଆକ୍ରାନ୍ତ ହାର କେତେ ରହୁଛି, ଜଣାପଡ଼ିବ।

ତୃତୀୟ ଲହରରେ ଶିଶୁଙ୍କ ପ୍ରତି ଅଧିକ ବିପଦ ଥିବାରୁ ରାଜ୍ୟ ସରକାର କେବଳ ଶିଶୁଙ୍କ ଲାଗି ୩ ହଜାର ବେଡ୍ ସଂରକ୍ଷିତ ରଖିଛନ୍ତି । ୬୦୦ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି । ଏମିତିକି ରାଜ୍ୟ ଔଷଧ ନିଗମ ଜରିଆରେ ଔଷଧ କିଣା ଆରମ୍ଭ ହୋଇଯାଇଛି ବୋଲି ନିକଟରେ ସୂଚନା ଦେଇଥିଲେ ଡିଏମ୍ଇଟି ।

ଆଜିର ଶିଶୁ ସଂକ୍ରମଣ ତଥ୍ୟ ପରେ ଶିଶୁରୋଗ ବିଶେଷଜ୍ଞ ଚିନ୍ତା ପ୍ରକାଶ କରି କହିଛନ୍ତି କି ଦରକାର ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ । କହିଛନ୍ତି, ଯେହେତୁ ବର୍ତମାନ ସୁଦ୍ଧା ଶିଶୁ ମାନଙ୍କ ସୁରକ୍ଷା ପାଇଁ କୌଣସି କୋଭିଡ ଟୀକା ବାହାରି ନାହିଁ ତେଣୁ ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିବ। ତେଣୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ମାସ୍କ ପିନ୍ଧନ୍ତୁ । କୋଭିଡ୍ ନିୟମ ପାଳନ କରନ୍ତୁ। ଯଦି ପରିବାରର ଅନ୍ୟ ସଦସ୍ୟ ସତର୍କ ରହିବେ, ଶିଶୁଙ୍କ ପ୍ରତି ବିପଦ କମ୍ ରହିବ।
୧୨ରୁ ୧୮ ବର୍ଷ ବୟସ ବର୍ଗ କିଶୋରଙ୍କ ଲାଗି କୋଭିଡ୍ ଟିକାର କ୍ଲିନିକାଲ ଟ୍ରାଏଲ ଚଳାଇଛନ୍ତି ଭାରତ ବାୟୋଟେକ୍ ଓ ଜାଇଡସ୍ କାଡିଲା । ଆଶା, ଖୁବଶୀଘ୍ର ପିଲାଙ୍କ ଲାଗି ଟିକା ଆସିବ । ଆଉ ପିଲାମାନଙ୍କୁ ବି ମିଳିପାରିବ କରୋନା କବଚ ।

Leave A Reply

Your email address will not be published.