୨୪ ଘଣ୍ଟା ମଧ୍ୟରେ ତୃତୀୟ ଘଟଣା : ଯାଞ୍ଚ ବେଳେ ପୋଲିସ ଉପରକୁ ଗାଡି ମଡ଼ାଇ ହତ୍ୟା

14

ଅହମଦାବାଦ : ଯାଞ୍ଚ ସମୟରେ ପୋଲିସ କନେଷ୍ଟବଳ ଙ୍କୁ ଗାଡି ମଡ଼ାଇ ହତ୍ୟା I ଗତ କାଲି ହରିଆଣା ରେ ବେଆଇନ ପଥର ବୋଝେଇ ଗାଡି କୁ ରୋକିବାବେଳେ ଜଣେ ଡ଼ିଏସପିଙ୍କ ଉପରକୁ ଡମ୍ପର ମଡ଼ାଇ ହତ୍ୟା କରିଥିଲେ ମାଫିଆ ମାନେ I ସେହିଭଳି ଆଜି ରାଞ୍ଚିରେ ଗାଡି ଚେକିଂ ବେଳେ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ହତ୍ୟା ପରେ ଗୁଜରାଟରେ ସମାନ ଘଟଣାର ପୁନରାବୃତି ଘଟିଛି I
ସୂଚନାନୁସାରେ : ଗୁଜରାଜଟର ଆନନ୍ଦ ଜିଲ୍ଲାରେ ଚାଲିଥିବା ଚେକିଂ ବେଳେ ଜଣେ କନଷ୍ଟେବଲଙ୍କ ଉପରେ ଟ୍ରକ୍‌ ମଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲାର ବୋରସାଦ ପୁଲିସ୍‌ ଷ୍ଟେସନରେ ଏହି କନଷ୍ଟେବଲ ଜଣଙ୍କ କାର୍ଯ୍ୟ କରୁଥିଲେ। ବାସାଦ-ବାଗୋଦାରା ଜାତୀୟ ରାଜପଥ ନିକଟରେ ଯାଇଥିବା ବୋରସାଦ-ଦାବାହାସି ସର୍ଭିସ ରୋଡ୍‌ରେ ନାଇଟ ଚେକିଂ ବେଳେ ଏହି ଭୟଙ୍କର ଘଟଣା ଘଟିଛି। ନାଇଟ୍‌ ଡ୍ୟୁଟି ସମୟରେ ଟ୍ରାଫିକ୍‌ ପୋଲିସ କନେଷ୍ଟବଳ ରାଜକିରଣ ବିନା ନମ୍ବର ପ୍ଲେଟ ଥିବା ଏକ ଟ୍ରକ କୁ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରକ୍‌ ତାଙ୍କୁ ଚଢ଼ାଇ ଦେଇଥିଲା । ତେବେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି I

ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଜଣକ ଫେରାର ହୋଇ ଯାଇଛି। ଏବେ ଆନନ୍ଦ ପୁଲିସ୍ ବିଭିନ୍ନ ସ୍ଥାନରେ ଚେକିଂ କରି ଫେରାର ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଟ୍ରକଟି ରାଜସ୍ଥାନର ହୋଇଥିବା ବେଳେ ଏଥିରେ ଇଣ୍ଡଷ୍ଟ୍ରିଆଲ ପାଉଡର ଲୋଡ୍‌ ହୋଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

Comments are closed, but trackbacks and pingbacks are open.