କଂଗ୍ରେସରୁ ନିଲମ୍ବିତ ହେଲେ ୩୮ ସଦସ୍ୟ

18

ଗୁଜୁରାଟ କଂଗ୍ରେସର ବଡ ପଦକ୍ଷେପ । ଗୁଜୁରାଟ କଂଗ୍ରେସରୁ ନିଲମ୍ବିତ ହେଲେ ୩୮ ସଦସ୍ୟ । ଗତ ମାସରେ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଗୁଜୁରାଟ କଂଗ୍ରେସ ଏହାର ୩୮ ଜଣ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବିତ କରିଛି।

ଶୃଙ୍ଖଳା କମିଟିର ଆବାହକ ବାଲୁଭାଇ ପଟେଲ ସାମ୍ବାଦିକମାନଙ୍କୁ କହିଛନ୍ତି ଗୁଜୁରାଟ କଂଗ୍ରେସର ଶୃଙ୍ଖଳା କମିଟି ବୈଠକ ଚଳିତ ମାସରେ ଦୁଇ ଥର ବସିଥିଲା ଏବଂ ଏପର୍ଯ୍ୟନ୍ତ ୯୫ ଜଣଙ୍କ ବିରୋଧରେ ୭୧ଟି ଅଭିଯୋଗ ଗ୍ରହଣ କରିଛି ବୋଲି ।‘ଆମେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ୩୮ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଦଳରୁ ନିଲମ୍ବିତ କରିଛୁ। ଶ୍ରୀ ପଟେଲ କହିଛନ୍ତି।

ସୁରେନ୍ଦ୍ରନଗର ଜିଲ୍ଲା ସଭାପତି ରାଇୟାଭାଇ ରାଠୋଡ, ନର୍ମଦା ଜିଲ୍ଲା ସଭାପତି ହରେନ୍ଦ୍ର ଭାଲାଣ୍ଡ ଏବଂ ପୂର୍ବତନ ନାଣ୍ଡୋଡ ବିଧାୟକ ପି ଡି ଭାସାଭା ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଥିବା ୩୮ ଜଣଙ୍କ ମଧ୍ୟରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.