ଓଡିଶୀ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ୩୬ତମ ଦେଵସ୍ମୃତି ସମାରୋହ -୨୦୨୨
ଭୁବନେଶ୍ୱର ୧ / ୫ ସ୍ଥାନୀୟ ଓଡିଶୀ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ୩୬ତମ ଦେଵସ୍ମୃତି ସମାରୋହ -୨୦୨୨ ସ୍ଥାନୀୟ ରବୀନ୍ଦ୍ରମଣ୍ଡପ ପ୍ରେକ୍ଷାଳୟରେ ତା ୨ ରିଖ ଜୁନ ସନ୍ଧ୍ୟା୬ .୩୦ ମିନିଟ ରେ ଅନୁଷ୍ଠିତ ହେବ ।
ଏହି ବର୍ଣ୍ଣାଢ୍ୟ ସମାରୋହକୁ ଶିଳ୍ପୀଗୁରୁ ପଦ୍ମବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ।ତ୍ରିଧାରାର ଶିଳ୍ପୀମାନଙ୍କଦ୍ୱାରା ପ୍ରଥମେ ନୂତନଭାବେ ପରିକଳ୍ପିତ ଲକ୍ଷ୍ମୀ ନୃସିଂହ ଧ୍ୟାନ,ଓଡ଼ିଆ ଅଭିନୟ କବି ଗୋପାଳକୃଷ୍ଣ ଙ୍କ ରଚନାରୁ “ଉଠିଲୁ ଏଡ଼େବେଗି କାହିଁକି ରେ ଦୁଃଖୀଧନ” , ବାଙ୍ଗାଲୁରୁ ଗୁରୁ ଚୈତ୍ର ଛାଇ ଦାସେଗୌଡ଼ା ଙ୍କ ନୃତ୍ୟଦଳ ଗଣନାୟକ ,ତ୍ରିଧାରାର କନିଷ୍ଠ ଶିଳ୍ପୀମାନେ “ଦଶାବତାର ଦଳଗତ ନୃତ୍ୟ,ପାରଳା ଖେମୁଣ୍ଡି ର ଗୁରୁ ଦୟାଳୁ ପ୍ରିୟଙ୍କା ଙ୍କ ଦଳ ଓଡ଼ିଆ ଜଗନ୍ନାଥ ଭଜନ “ମIନ ଉଧାରଣ କରହେ କାରଣ” ନୂଆ ଦିଲ୍ଲୀ ରୁ ଆସିଥିବା ଗୁରୁ ଅତସୀ ମିଶ୍ର ଙ୍କ ନୃତ୍ୟ ଦଳ “କୃଷ୍ଣାୟା ତୁ ଭ୍ୟମ ନମଃ”ବଲାଙ୍ଗୀର ସ୍ୱରଝଙ୍କାର ର ଶିଳ୍ପୀମାନେ “ଶିବତାଣ୍ଡବ” ଓ ତ୍ରିଧାରାର ବରିଷ୍ଠ ନୃତ୍ୟ ଶିଳ୍ପୀମାନେ “ଇନ୍ଦ୍ରକୃତ ମହାଲକ୍ଷ୍ମୀ ଅଷ୍ଟକ” ଦଳଗତ ନୃତ୍ୟ ପରିବେଷଣ କରିବେ ।ଏହାର ସଂଗୀତ ସଂଯୋଜନା କରିଛନ୍ତି ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା,ବାଦ୍ୟ ସଂଯୋଜନା ଗୁରୁ ସଚ୍ଚିଦାନନ୍ଦ ଦାସ,ନୃତ୍ୟ ସଂଯୋଜନା ଗୁରୁ ଗଜେନ୍ଦ୍ର ପଣ୍ଡାକଣ୍ଠଦାନ ଶ୍ରୀମତୀ ସଂଗୀତ। ପଣ୍ଡା ।
ଏହି ସମାରୋହରେ ବହୁସଂଖ୍ୟାରେ ନୃତ୍ୟପ୍ରେମୀ ଯୋଗ ଦେବା ନିମନ୍ତେ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ନିବେଦନ କରିଛନ୍ତି ।
eplyReply allForward |
Comments are closed, but trackbacks and pingbacks are open.