୩୬ତମ ଡ୍ୟାସ୍‌ବୋର୍ଡ ସମୀକ୍ଷା; ସହରାଞ୍ଚଳ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରତ୍ବ

217

ଭୁବନେଶ୍ବର ୨୭ ଜୁଲାଇ ୨୦୨୫;- ଶ୍ରୀମତୀ ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଭାଗର ୩୬ତମ ଡ୍ୟାସ୍‌ ବୋର୍ଡ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗର କନ୍‌ଫରେନ୍ସ ହଲ୍‌ ପରିସରରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ନେଇ ଆରମ୍ଭ କରାଯାଇଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଥିଲା। ବିଶେଷ କରି ୧୧୫ର ସ୍ବାୟତ୍ତ ଶାସନ ସଂସ୍ଥାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଅଧୀନରେ ଚାଲିଥିବା ଷ୍ଟ୍ରିଟ୍‌ ଲାଇଟିଂ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ନିର୍ଦ୍ଦାରିତ ସମୟ ମଧ୍ୟରେ କାର୍ଯ୍ୟ ସାରିବା ନିମନ୍ତେ ନିୟମିତ ବ୍ୟବଧାନରେ ସମୀକ୍ଷା, ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ବାରୋପ କରିଥିଲେ ଶ୍ରୀମତୀ ପାଢ଼ୀ। ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବାରେ ସହାୟକ ହେବ ଏହା ସହିତ ନିରନ୍ତର ସହରାଞ୍ଚଳ ବିକାଶ ଦିଗରେ ଅଗ୍ରସର ହୋଇପାରିବା ବୋଲି ସେ କହିଥିଲେ | ଏହା ସହିତ ତୃଣମୂଳସ୍ତରରୁ ଆସୁଥିବା ବିଭିନ୍ନ ମତାମତ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା | ଏହି ବୈଠକରେ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

Comments are closed, but trackbacks and pingbacks are open.