ରାଜଧାନୀରେ ଲାଗିବ ୩୫୦ ସିସିଟିଭି : ଖସି ପାରିବେନି ଟ୍ରାଫିକ ଉଲ୍ଲଂଘନ କାରୀ

38

ରାଜଧାନୀ ଭୁବନେଶ୍ୱରର ୯୦ଟି ସ୍ଥାନରେ ୩୫୦ଟି ସିସିଟିଭି ଲାଗିବ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଓ) ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ)ର ବିଭିନ୍ନ ପ୍ରକଳ୍ପ ନେଇ ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟ ମନ୍ତ୍ରୀ ପ୍ରତାପ ଜେନା । ତେବେ ନିକଟରେ ଏହି ପ୍ରକଳ୍ପକୁ ବିଏସସିଏଲ କମିଶନରେଟ ପୋଲିସକୁ ହସ୍ତାନ୍ତର କରିଛି । କେବଳ ଟ୍ରାଫିକ ଉଲ୍ଲଂଘନ ନୁହେଁ, ଅପରାଧୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯିବ । ତେବେ ବର୍ତ୍ତମାନ ରାଜଧାନୀରେ ସିସିଟିଭି ଲାଗିଥିବା ସ୍ଥାନ ବ୍ୟତୀତ କମିଶନରେଟ୍ ପୋଲିସ ଆହୁରି ୯୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିଛି । ଏହିସବୁ ସ୍ଥାନରେ ସିସିଟିଭି ଲଗାଇବା ପାଇଁ କମିଶନରେଟ ପୋଲିସ ବିଏସସିଏଲକୁ ସୁପାରିଶ କରିଛି । ଅନ୍ୟପକ୍ଷରେ ପ୍ରତ୍ୟେକ ଘର ପାଇଁ ଡିଜିଟାଲ ଡୁଅର ନମ୍ବରିଂ ବ୍ୟବସ୍ଥା ହେଉଛି । ଫଳରେ ଲୋକଙ୍କ ଆଧାର କାର୍ଡ ଭଳି ଗୋଟିଏ ନମ୍ବର ଦ୍ୱାରା ହିଁ ଘରର ସମସ୍ତ ବିବରଣୀ ଜଣାପଡ଼ିବା । ଖୁବଶୀଘ୍ର ଏନେଇ ଟେଣ୍ଡର ଡକା ହେବ । ତୃତୀୟ ପକ୍ଷ ସଂସ୍ଥା ଦ୍ୱାରା ଘରକୁ ଘର ବୁଲି ସର୍ଭେ କରାଯିବା ସହ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ହେବା ପରେ ଏହି ନମ୍ବର ପ୍ରସ୍ତୁତ ହେବ ବୋଲି ବୈଠକରେ କୁହାଯାଇଛି ।

Leave A Reply

Your email address will not be published.