ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ

0 26

ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଲଣି I ଦୈନିକ ସଂକ୍ରମଣ ହାର ଅସମ୍ଭାଳ ଭାବରେ ବୃଦ୍ଧି ପାଉଛି I ଗୋଟିଏ ସପ୍ତାହ ମଧ୍ୟରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ବାସ୍ତବିକ ଚିନ୍ତାର କାରଣ I ତା ସହିତ ଓମିକ୍ରନ ସଂକ୍ରମିତ ମଧ୍ୟ ପ୍ରତିଦିନ କିଛି କିଛି ସ୍ଥାନରେ ଚିହ୍ନଟ ହେଉଛନ୍ତି I ତେବେ ପ୍ରତିଥର ଭଳି ଏ ଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ସଂକ୍ରମିତ ଙ୍କ ତାଲିକାରେ ଶୀର୍ଷ ରେ ରହିଛି I ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ସେହି ଅନୁସାରେ ରାଜ୍ୟର ୩ ହଜାର ମୁହଁ ହେଲାଣି କରୋନା ସଂକ୍ରମଣ I ଆଜି ୨୭୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୭୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୦୯ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୭୧୮ ରହିଥିବା ବେଳେ ୮ ହଜାର ୨୩୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ସଂକ୍ରମିତ ଙ୍କ ମୃତ୍ୟୁ ଘଟିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା ମୋଟ ୮୪୬୮କୁ ବୃଦ୍ଧି ପାଇଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବଲାଙ୍ଗୀର ଜିଲାରୁ ରାଜ୍ୟରେ ପ୍ରଥମ ଓମୀକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.