ଅର୍ଥ ସବ୍‌କମିଟି ବୈଠକରେ ଶ୍ରୀମନ୍ଦିର ପାଇଁ ୩୦୦ କୋଟି ବଜେଟ୍‌

25

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ କମିଟି ବୈଠକ ବସିଥିଲା। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ଆଲୋଚନା କରାଯାଇଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦିତ କରାଯିବ।

୩୦୦ କୋଟି ୭୯ ଲକ୍ଷ ଟଙ୍କାର ଆୟ ରହିଥିବା ବେଳେ ବଜେଟରେ ୨୬୨ କୋଟି ୪୯ ଲକ୍ଷର ବ୍ୟୟ ଅଟକଳ କରାଯାଇଛି।ତେବେ ୩୮କୋଟି ୩୦ ଲକ୍ଷ ଟଙ୍କାର ବଳକା ବଜେଟ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ସୂତ୍ରରୁ ୧୧୮ କୋଟି ୯୪ ଲକ୍ଷ, କର୍ପର୍ଶ ଫଣ୍ଡ ସୁଧରୁ ୬୦ କୋଟି ୩୨ ଲକ୍ଷ ମିଳିବ।ସେହିପରି ବ୍ୟୟ ଅଟକଳ ମଧ୍ୟରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୬.୬୨ କୋଟି,କର୍ପସ ଫଣ୍ଡ ଜମା ବାବଦରେ ୫୯.୪୬ କୋଟି,ପାଳିଆ ସେବାୟତଙ୍କୁ ପୁରସ୍କାର ବାବଦରେ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଅର୍ଥ ସବ କମିଟିର ସଦସ୍ୟ ଯୋଗଦେଇଥିଲେ।

ଗତ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଥିଲା। ବଜେଟରେ ବିଭିନ୍ନ ଯାନୀଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ନେଇ ଆଲୋଚନା ହୋଇଛି। ଏହାସହ ହୁଣ୍ଡିରୁ ଆମଦାନୀ, ବିଭିନ୍ନ କର୍ପସ ଫଣ୍ଡର ଶୁଦ୍ଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଦିଗରୁ ଆୟ ସମ୍ପର୍କରେ ଆଲୋଚନା ହୋଇଛି।

Comments are closed, but trackbacks and pingbacks are open.