୩୦ବର୍ଷ ହେବ ବ୍ୟବହୃତ ହେଉଥିବା ଔଷଧର ହେଉଛି ଯାଞ୍ଚ; ଜଣାନ୍ତୁ କେଉଁ କେଉଁ ରୋଗର ଔଷଧ

721

ନୂଆଦିଲ୍ଲୀ: ସାଧାରଣରେ ଥଣ୍ଡା, କାଶ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର ହେଉଥିବା ୩ଟି ଔଷଧର ସୁରକ୍ଷା ଓ କାର୍ଯ୍ୟକାରିତା ନେଇ ପରୀକ୍ଷା କରିବାକୁ କୁହାଯାଇଛି। ୩୦ ବର୍ଷରୁ ଅଧିକ ସମୟ ଧରି ଏହି ଔଷଧ ବଜାରରେ ଉପଲବ୍ଧ ହେଉଥିବା ବେଳେ ଲୋକଙ୍କୁ ବ୍ୟବହାର କରିବାକୁ ଯୋଗାଇ ଦିଆଯାଉଛି। ଏହି ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକୁ ଔଷଧର ସୁରକ୍ଷା ଏବଂ କାର୍ଯ୍ୟକାରିତାର ନେଇ ପରୀକ୍ଷା କରିବାକୁ କେନ୍ଦ୍ରୀୟ ଔଷଧ ନିୟାମକ ପକ୍ଷରୁ କୁହାଯାଇଛି। ସାଧାରଣ ଥଣ୍ଡା, କାଶ ହେଲେ ଏହି ଔଷଧ ଦିଆଯାଇଥାଏ।

ଏକ ରିପୋର୍ଟ ମୁତାବକ ଥଣ୍ଡା, କାଶ ସମୟରେ ରୋଗୀଙ୍କୁ ଯେଉଁ ଔଷଧ ଦିଆଯାଉଛି ତାହାର ନିରାପତ୍ତାକୁ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି । ସେଥିମଧ୍ୟରେ ରହିଛି ପାରାସିଟାମଲ୍‍ (ଆଣ୍ଟିପାଇରେଟିକ୍‍), ଫେନିଲେଫ୍ରାଇନ୍‍ ହାଇଡ୍ରୋକ୍ଲୋରିଡ୍‍ ଏବଂ କ୍ୟାଫେନ୍‍ ଆନ୍‍ହାଇଡ୍ରସ୍‍। ଅନ୍ୟଟିରେ କ୍ୟାଫେନ୍‍ ଆନ୍‍ହାଇଡ୍ରସ୍‍, ପାରାସିଟାମଲ୍‍, ହାଇଡ୍ରୋକ୍ଲୋରାଇଡ (ସଲ୍ଟ) ଏବଂ କ୍ଲୋରଫେନିରାମାଇନ୍‍ (ଆଣ୍ଟି-ଆଲର୍ଜି ଔଷଧ) ରହିଥାଏ।

କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ଔଷଧର ନିରାପତ୍ତା ଏବଂ କାର୍ଯ୍ୟକାରିତା ତଥ୍ୟ ସୃଷ୍ଟି କରିବାକୁ ପୋଷ୍ଟ-ମାର୍କେଟିଂ କରିବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ତାହାର ସୁରକ୍ଷା ଓ କାର୍ଯ୍ୟକାରିତାକୁ ନେଇ ଏକ ଡାଟା ପ୍ରସ୍ତୁତ କରାଯିବ। ସାମାନ୍ୟରୁ ମଧ୍ୟମ ଧରଣର ମୁଣ୍ଡବିନ୍ଧା ପାଇଁ ଯନ୍ତ୍ରଣାଦାୟକ ଔଷଧକୁ କମ ଦିନ ଗ୍ରହଣ କରିବାକୁ କମିଟି ଏଫଡିସର ଉତ୍ପାଦନ ଏବଂ ମାର୍କେଟିଂକୁ ଜାରି ରଖିବାକୁ ପରାମର୍ଶ ଦେଇଛି। ଏହାକୁ ୫ରୁ ୭ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୁହାଯାଇଛି।

ସେହିପରି କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ଆଦେଶରେ ୧୯୮୮ ପୂର୍ବରୁ କିଛି ଔଷଧକୁ ପ୍ରସ୍ତୁତ ଏବଂ ବିକ୍ରି କରିବା ପାଇଁ ଲାଇସେନ୍ସ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଦେବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଏହି ସବୁ ମେଡିିସିନ୍‍ ୨୦୨୧ରେ ଗଠିତ ଏକ ବିଶେଷଜ୍ଞ କମିଟିର ପରାମର୍ଶ ଉପରେ ଆଧାରିତ।

Comments are closed, but trackbacks and pingbacks are open.