୩ ନଦୀରେ ବନ୍ୟା ଜଳ; ଅନେକ ଗାଁ ପାଣିଘେରରେ

261

ଭୁବନେଶ୍ୱର: ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ୁଛି । ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ପାଣି ଘେରରେ ରହିଛି । ଚାଷଜମି ଗୁଡିକ ବୁଡି ରହିଛି । ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି ଓ ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି । ଫଳରେ ବସ୍ତା ବ୍ଲକର ୮ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଅଂଚଳ ପାଣିଘେରରେ ରହିଛି । ଏପଟେ ଜାମୋଶଳାଠାରେ ବିପଦ ସଂକେତ ନିକଟରେ ସୁବର୍ଣ୍ଣରେଖା ଜଳସ୍ତର ରହିଛି । ସାରସକଣା ବ୍ଲକର ନେଦା ଗାଁରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ଏଥିସହ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତାରେ ଲାଲେଇ, ଜକେଇକଳା ଓ ଜଙ୍ଗଳା ଗାଁଲୋକେ ।
ଜଳସମ୍ପଦ ବିଭାଗ ପକ୍ଷରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଏହି ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ବନ୍ୟାସ୍ଥିତିକୁ ଦେଖି ତଳିଆ ଅଞ୍ଚଳର‌ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର,ରିଲିଫ କାର୍ଯ୍ୟ ପରିଚାଳନା କରିବାକୁ କୁହାଯାଇଛି ।

Comments are closed, but trackbacks and pingbacks are open.