ଷ୍ଟକହୋମ୍ : ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ୨୦୨୩ ପାଇଁ ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରାଯାଇଛି । ସେମାନେ ହେଲେ ପିୟରି ଆଗୋଷ୍ଟିନି , ଫେରେନ୍ସ କ୍ରୁଜ୍ ଏବଂ ଆନେ ଏଲ୍ ହୁଇଲିୟର । ପଦାର୍ଥ ବିଜ୍ଞାନରେ ସେମାନଙ୍କ ପରୀକ୍ଷାମୂଳକ ପ୍ରୟୋଗ ପାଇଁ ଏମାନଙ୍କୁ ନୋବେଲ ଦିଆଯାଉଛି।
ଗତକାଲି ମେଡିସିନ କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଚଳିତବର୍ଷ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଏହି ପୁରସ୍କାର ମିଳିବ । କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ ଏହି ଦୁଇ ବୈଜ୍ଞାନିକ ଗବେଷଣା କରିଥିଲେ । ଯାହା ସଫଳ ହୋଇଥିଲା । ଯେଉଁଥିଲାଗି ଉଭୟଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ଆସନ୍ତାକାଲି ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ ବିଭାଗ ପାଇଁ ପୁରସ୍କାର ଘୋଷଣା ହେବ । ଅକ୍ଟୋବର ୯ ତାରିଖରେ ଅର୍ଥନୀତିରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବାର ସୂଚନା ରହିଛି ।
Comments are closed, but trackbacks and pingbacks are open.