୩ କେଜି ସୁନା ଏବଂ ୧୫୦ କେଜି ରୂପା ଜବତ

27

ବ୍ରହ୍ମପୁର : ବିପୁଳ ପରିମାଣର ସୁନା ସହ ରୂପା ଜବତ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ ଦ୍ୱାରା ୩ କେଜି ସୁନା ଏବଂ ୧୫୦ କେଜି ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଗାଡି ଚାଳକ ସହ ତିନି ଜଣଙ୍କ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଦର ଅଞ୍ଚଳକୁ ଆସୁଥିଲା ଏକ୍‌ କାର । ଏଥିରେ ସୁନା ଓ ରୂପା ଅଳଙ୍କାର ଭର୍ତ୍ତି ରହିଥିଲା । ଜିଏସ୍‌ଟି ଫାଙ୍କି ଗାଡିରେ ଆସୁଥିବାର ସୂଚନା ପାଇଥିଲା ଗୋଳନ୍ଥରା ପୋଲିସ । ଏହିକ୍ରମରେ ଅଧାରାସ୍ତାରେ ଗାଡି ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ସମୟରେ ପୋଲିସକୁ ୩ କେଜି ସୁନା ଏବଂ ୧୫୦ କେଜି ରୂପା ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  ପୂର୍ବରୁ ଏହିପରି ଭାବେ  ଶହ ଶହ କିଲୋ ସୁନା ଓ ରୂପା ସହ କୋଟି କୋଟି ଟଙ୍କା ଜବତ କରିଛି ପୋଲିସ ।

Comments are closed, but trackbacks and pingbacks are open.