୨୬୩ ପଡ଼ା ଗାଁକୁ ରାଜସ୍ୱ ଗାଁ ମାନ୍ୟତା, ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଯୋଜନା: ମନ୍ତ୍ରୀ

153

ଭୁବନେଶ୍ୱର: ଓଡ଼ିଶାରେ ୨୬୩ ପଡ଼ା ଗାଁକୁ ମିଳିଛି ରାଜସ୍ୱ ଗାଁ ମାନ୍ୟତା । ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଯୋଜନା ଚାଲିଛି। ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍କେସନ କରାଯାଉଛି। ଏଥିପାଇଁ ଆଗାମୀ ୬ରୁ ୭ ଦିନ ଭିତରେ ଶେଷ ହେବ। ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯାହାଦ୍ୱାରା ଏକ ଗାଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବ। ରାଜସ୍ୱ ଗାଁରେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ। ଏଥିସହିତ ଯେଉଁ ଗାଁ ରାଜସ୍ୱ ଗାଁରେ ପରିବର୍ତ୍ତନ ହେବା ଦରକାର, ସେନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟରେ ଗୋଟିଏ ବର୍ଷରେ ୨୬୩ ପଡା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା ମିଳିଛି । ଏଥିସହିତ ଟେକ୍ନୋଲୋଜି ମାଧ୍ୟମରେ ରାଜସ୍ୱ ଗାଁକୁ ପରିବର୍ତ୍ତିତ ହୋଇଥିବା ପଡ଼ା ଗାଁ ଗୁଡିକର ମ୍ୟାପ୍ ପରିବର୍ତ୍ତନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed, but trackbacks and pingbacks are open.