କିସ୍‍ର ୨୬ ଛାତ୍ରଛାତ୍ରୀ ଏସ୍‍ଏସ୍‍ବିରେ କୃତକାର୍ଯ୍ୟ

31

ସ୍ୱୟଂଶାସିତ ମହାବିଦ୍ୟାଳୟରେ କରିବେ ଅଧ୍ୟାପନା

ଭୁବନେଶ୍ୱର, ୭ ।୧: ଚଳିତବର୍ଷ କିସ୍‍ର ୨୬ ଜଣ ଛାତ୍ରଛାତ୍ରୀ ଷ୍ଟେଟ୍‍ ସିଲେକ୍‍ସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧ୍ୟାପନା ପାଇଁ ମନୋନୀତ ହୋଇଛନ୍ତି । ଶନିବାର କିସ୍‍ ପରିସରରେ କୃତକାର୍ଯ୍ୟ ହୋଇଥିôବା ଛାତ୍ରଛାତ୍ରୀମାନେ  କିଟ୍‍ ଓ କିସ୍‍ ପ୍ରତିଷ୍ଠାତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଛାତ୍ରଛାତ୍ରୀମାନେ ରାଜ୍ୟର ବିଭିନ୍ନ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକରେ ଓଡ଼ିଆ, ଇତିହାସ, ବାଣିଜ୍ୟ, ଶିକ୍ଷା, ଅର୍ଥନୀତି, ଦର୍ଶନ ଓ ଗଣିତ ଆଦି ବିଷୟରେ ଅଧ୍ୟାପନା କରିବେ । ଏମାନଙ୍କ ମଧ୍ୟରେ ଆଦିମ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । କିସ୍‍ ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଶୈକ୍ଷିକ ପରିବେଶ ଯୋଗୁଁ ପ୍ରତିବର୍ଷ ଶତାଧିକ ଛାତ୍ରଛାତ୍ରୀମାନେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇ ପ୍ରତିଷ୍ଠିତ ହୋଇପାରୁଛନ୍ତି । ଚଳିତବର୍ଷ କିସ୍‍ର ଛାତ୍ରଛାତ୍ରୀମାନେ ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଡାକ୍ତର, ଇଂଜିନିୟର, ଫରେଷ୍ଟ ରେଞ୍ଜର, ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ, ସିଭିଲ ଜଜ୍‍, ବ୍ୟାଙ୍କ, ଓପିଟିସିଏଲ୍‍, ପୋଲିସ୍‍ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଫଳତାର ସହ ଅବସ୍ଥାପିତ ହୋଇପାରିଛନ୍ତି । କିସ୍‍ ପିଲାଙ୍କ ସଫଳତାରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିସ୍‍ରେ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଯତ୍ନ ଯୋଗୁଁ କିସ୍‍ର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରୁଛନ୍ତି ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.