୨୫ ହଜାର କୋଟି ଦୁର୍ନୀତି ମାମଲା: ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ କ୍ଲିନ୍ ଚିଟ୍

174

ମୁମ୍ବାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ତଥା ବାରାମତୀ ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ସୁନେତ୍ରା ପାୱାରଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ବାସ୍ତବରେ ମୁମ୍ବାଇ ପୋଲିସ ତାଙ୍କୁ ୨୫ ହଜାର କୋଟି ଟଙ୍କା ସମବାୟ ବ୍ୟାଙ୍କ ଦୁର୍ନୀତିରେ କ୍ଲିନ୍ ଚିଟ୍ ଦେଇଛି। ମୁମ୍ବାଇ ପୋଲିସର ଇକୋନୋମିକ ଅଫେନ୍ସ ୱିଙ୍ଗ (EOW) ମହାରାଷ୍ଟ୍ର ଷ୍ଟେଟ କୋଅପରେଟିଭ ବ୍ୟାଙ୍କ (ଏମଏସସିବି) ମାମଲାର ତଦନ୍ତ କରୁଛି। ପୋଲିସ କହିଛି ଯେ, ସୁନେତ୍ରା ପାୱାର ଏବଂ ତାଙ୍କ ସ୍ୱାମୀଙ୍କୁ ନେଇ ହୋଇଥିବା କାରବାର କୌଣସି ଅପରାଧିକ ମାମଲା ନାହିଁ।

Leave A Reply

Your email address will not be published.