୨୨ ଫୁଟ୍ ଲମ୍ବର ସ୍କୁଟର୍‌

90

ବ୍ରିଟେନର ୫୭ ବର୍ଷୀୟ କେଭିନ୍ ନିକ୍ସ ୨୨ ଫୁଟ୍ ଲମ୍ବର ଏକ ସ୍କୁଟର ତିଆରି କରିଛନ୍ତି । ଏହା ବିଶ୍ୱର ସବୁଠୁ ବଡ଼ ସ୍କୁଟର ଭାବେ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇବ । ଏହା ପୂର୍ବରୁ ୨୦୧୯ରେ ୧୦ ଫୁଟ୍ ଓ ଚାରି ଇଞ୍ଚ ଲମ୍ବର ସ୍କୁଟର୍ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲା । ଏବେ ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି କେଭିନ୍ । ସେହିପରି ସାଧାରଣ ସ୍କୁଟର୍ ଠାରୁ ଏହା ଦେଖିବାକୁ ସମ୍ପୂର୍ଣ୍ଣ । ସ୍କୁଟର୍‌ର ଭାରସାମ୍ୟ ରକ୍ଷା କରିବା ପାଇଁ ଏହାର ମଝିରେ କୌଣସି ଚକ ନାହିଁ । ସେ ଏହି ସ୍କୁଟରକୁ ମାତ୍ର ତିନି ଦିନରେ ତିଆରି କରିଛନ୍ତି । ତେବେ ଏହି ସ୍କୁଟରକୁ ତିଆରି କରିବା ପାଇଁ ସେ ଭଙ୍ଗା ସ୍କୁଟରର ପାର୍ଟକୁ ଉପଯୋଗ କରିଛନ୍ତି । ଏପରିକି ଏହାକୁ ତିଆରି କରିବା ପାଇଁ କେଭିନ୍ ଅଧିକ ଟଙ୍କା ଖର୍ଚ୍ଚ କରି ନ ଥିବା କହିଛନ୍ତି । ସେ ୧୬ ହଜାର ଟଙ୍କାରେ ଏହି ସ୍କୁଟର ତିଆରି କରିଛନ୍ତି । ଅନ୍ୟପଟେ ଏହି ସ୍କୁଟରକୁ ଦେଖି ଲୋକମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି । କରୋନା କାଳରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏହି ସ୍କୁଟର ଏକ ସୁନ୍ଦର ବିକଳ୍ପ ବୋଲି ଅନେକ କହିଛନ୍ତି । ତେବେ ପୂର୍ବରୁ କେଭିନ୍ ବିଶ୍ୱର ଦ୍ରୁତତମ ଗାର୍ଡେନ ସେଡ୍ ତିଆରି କରି ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ।

Comments are closed, but trackbacks and pingbacks are open.