୨୦୨୩ ହକିବିଶ୍ୱକପ : ଫାଇନାଲରେ ମୁଁହା ମୁଁହି ହେବେ ଜର୍ମାନୀ-ବେଲଜିୟମ

25

ଓଡିଶାରେ ଚାଲିଥିବା ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀ ଏବଂ ବେଲଜିୟମ । ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ଶୁକ୍ରବାର ୨ଟି ସେମିଫାଇନାଲ ମୁକାବିଲା ଖେଳାଯାଇଥିବା ବେଳେ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ । ସେପଟେ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ନେଦରଲ୍ୟାଣ୍ଡସକୁ ପେନାଲ୍ଟି ଶୁଟ୍ ଆଉଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍।

ଦ୍ୱିତୀୟ ସେମିଫାଇନାଲରେ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ସମାନ ସ୍ତରରେ ରହିଥିଲା । ଫଳରେ ପେନାଲ୍ଟି ଶୁଟଆଉଟରେ ବେଲଜିୟମ ୩-୨ରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ଆସନ୍ତା ୨୯ ତାରିଖରେ ଟାଇଟଲ ହାସଲ ପାଇଁ ଫାଇନାଲରେ ଏହି ଦୁଇ ଶକ୍ତିଶାଳୀ ଟିମ୍ ଜର୍ମାନୀ-ବେଲଜିୟମ ମଧ୍ୟରେ ମହାଲଢ଼େଇ ଦେଖିବାକୁ ମିଳିବ ।ଏହି ମ୍ୟାଚର ବିଜେତା ଚଳିତ ହକି ବିଶ୍ୱକପର ବିଜେତା ଭାବେ ଘୋଷିତ ହେବ ।

ସୂଚନାଯୋଗ୍ୟ ଯେ, ୨୦୧୮ରେ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ସରକାର ହକି ବିଶ୍ୱକପ ଆୟୋଜନ କରୁଛନ୍ତି । ରାଜ୍ୟର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଆୟୋଜିତ ହେଉଛି । ହକି ମ୍ୟାଚ ସମୟରେ ଯେପରି କୌଣସି ସମସ୍ୟା ନ ଉପୁଜେ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି ।

Comments are closed, but trackbacks and pingbacks are open.