୨୦୨୩ ବଜେଟରେ କର୍ମ ନିଯୁକ୍ତି ସୁଯୋଗ ହେବ ବ୍ୟାପକ!

29

ଆସନ୍ତା କେନ୍ଦ୍ରୀୟ ବଜେଟକୁ ନେଇ ଚାଲିଛି ଅଙ୍କକଷା । ବିଶେଷ କରି ବଜେଟରେ କେଉଁ ଦିଗକୁ ସରକାର ଗୁରୁତ୍ୱ ଦେବେ ତାକୁ ନେଇ ଚାଲୁ ରହିଛି ଆକଳନ ଓ ଅନୁଶୀଳନ।

ଆଶା କରାଯାଉଛି ଏଥର କେନ୍ଦ୍ରୀୟ ବଜେଟ୍‌ରେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ସରକାରୀ ଭାବେ ସହଯତ୍ନ ପ୍ରୟାସ ହୋଇପାରେ। ଏହାସହିତ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ସହିତ ଉଦ୍ୟୋଗୀ ହେବାକୁ ଯୁବ ପୀଢିଙ୍କୁ ଉତ୍ସାହିତ କରିବା ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରେ ।

ଏହା ସହିତ ଟେକ୍‌ନୋଲୋଜି ବା ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ମିଳିପାରେ ବୋଲି ବିଶେଷଜ୍ଞଙ୍କ ମତ ।

Comments are closed, but trackbacks and pingbacks are open.