୨୦୨୨-୨୩ ସାଧାରଣ ବଜେଟ : କଣ ରହିଛି ଆସନ୍ତୁ ଜାଣିବା

17

ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‍ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଚତୁର୍ଥ କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ । ତେବେ ବଜେଟ୍‍ କୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ କେଉଁ ଦ୍ରବ୍ୟ ଶସ୍ତା ଓ କେଉଁ ଦ୍ରବ୍ୟ ମହଙ୍ଗା ହୋଇଛି। ତେବେ ବଜେଟରେ ସୁନା ଠାରୁ ଅଧିକ ମହଙ୍ଗା ହୋଇଛି ‘ଛତା’ I ଆସନ୍ତୁ ଜାଣିବା :
ଶସ୍ତା ହେଲା …..
ବଜେଟ୍‍ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ। କଟା ଓ ପଲିସ ହୋଇଥିବା ହୀରା ଉପରେ କଷ୍ଟମ ଡ୍ୟୁଟି କଟାଯାଇଛି। ପଲିସ ହୀରା ଉପରେ ଆମଦାନୀ ଶୁକ୍ଳ ୫%କୁ ହ୍ରାସ ପାଇଛି। ମୋବାଇଲ ଫୋନ ଚାର୍ଜର ଶସ୍ତା, କପଡା ଶସ୍ତା, ହୀରାଗହଣା ରତ୍ନ ପଥର, ଷ୍ଟିଲ, ଇମିଟେସନ ଗହଣା, ବିଦେଶରୁ ଆମଦାନୀ ମେସିନ, ବିଦ୍ୟୁତ ଟ୍ରାନ୍ସଫର୍ମର, ରାସାୟନିକ ପଦାର୍ଥ, ଚମଡା ସାମଗ୍ରୀ,ମେଡିକାଲ ଉପକରଣ, ବିଦେଶରୁ ଆସୁଥିବା ମେସିନ, ଔଷଧ, ଆଦି ଶସ୍ତା ହୋଇଛି।
ମହଙ୍ଗା ହେଲା ……..
ବିଦେଶୀ ଛତା ମହଙ୍ଗା ହେବ। ନିଶାଦ୍ରବ୍ୟ,ଖାଇବା ତେଲ ,ଏଲିଇଡି ଲାଇଟ, ଇମ୍ପୋଟେର୍ଡ ସାମଗ୍ରୀ ମହଙ୍ଗା ହୋଇଛି।

Leave A Reply

Your email address will not be published.