ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ବଦଳାଇ ହେବ

35

ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍। ୨ ହଜାର ଟଙ୍କିଆ ନୋଟ୍ ନେଇ ରିଜର୍ଭ ବ୍ୟାଙ୍କର ଆଜି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍। ମେ’ ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ।

ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ଏହି ନୋଟ୍। ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଥରକେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇ ହେବ।

ଅନ୍ୟପଟେ ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ହୋଇଛି। 

ସୂଚନା ଥାଉକି, ୨୦୧୬ ନୋଟ୍‌ବନ୍ଦି ପରେ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୂଆ ନୋଟ୍ ଜାରି କରିଥିଲା। ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୨ ହଜାର ଟଙ୍କିଆ ଅଧିକ ନୋଟ୍ ବଜାରକୁ ଛଡ଼ା ଯାଇଥିଲା। ଏହି ବର୍ଷ ୩୩ ହଜାର ୬୩୦ ଲକ୍ଷ ୨ ହଜାର ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା। ଯାହାର ମୋଟ ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା। ତେବେ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ଛାପା ବନ୍ଦ କରାଯାଇଥିଲା। ୨୦୨୧ରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ମତ ରଖିଥିଲେ ଯେ ଏହାର ପୂର୍ବ ବର୍ଷ ୨ ହଜାର ଟଙ୍କିଆ ନୋଟ୍ ଆଦୌ ଛପା ଯାଇନଥିଲା। ଏବେ ହଠାତ୍ ସରକାର ୨ ହଜାର ଟଙ୍କିଆ ଅଚଳ କରିବା ନିଷ୍ପତ୍ତି ଅଲୋଚନାର ବିଷୟ ହୋଇଛି।

Comments are closed, but trackbacks and pingbacks are open.