+୨ରେ ଏଥର ହେବ ତ୍ରୟ-ମାସିକ ପରୀକ୍ଷା : ସ୍କୁଲ ଓ ଗଣଶିକ୍ଷା ବିଭାଗ

179

ଚଳିତ ବର୍ଷ ଠାରୁ ରାଜ୍ୟର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ହେବ ତ୍ରୈମାସିକ ପରୀକ୍ଷା I ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ତେଣୁ ପ୍ରତି ତିନି ମାସରେ ଥରେ ପରୀକ୍ଷା ଅନୁଷ୍ଠିତ ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଚିଠି ପରେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜୁନ ୧୮ରୁ କଲେଜ୍ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତ୍ରୈମାସିକ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା। ଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ଥିଲେ। ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଖୁବ୍ ଶୀଘ୍ର CHSE ପରୀକ୍ଷା ଡେଟ ଘୋଷଣା କରିବ ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.