ନବରଙ୍ଗପୁରରୁ ୨ ରୁବେଲା ରୋଗୀ ଚିହ୍ନଟ

194

ଭୁବନେଶ୍ୱର: କରୋନା ଭୟ ଯାଉ ଯାଉ ଆସିଲା ରୁବେଲା ରୋଗ ଭୟ । ଆଜି ନବରଙ୍ଗପୁରରୁ ୨ ଜଣ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ୨ ଆକ୍ରାନ୍ତ ଚିହ୍ନଟ ନେଇ ନବରଙ୍ଗପୁର ସିଡିଏମଓ ସୂଚନା ଦେଇଛନ୍ତି ।  ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାଲଗୁଡ଼ା ଗ୍ରାମର ବୋଲି ଜଣାଯାଇଛି । ୫ଟି ସାମ୍ପଲ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯେଉଁମାନଙ୍କ ବୟସ ୭ ଓ ୨ ବର୍ଷ ବୋଲି ଜଣାଯାଇଛି । ତେବେ ଏନେଇ ଜଣାପଡ଼ିବା ପରେ ଉକ୍ତ ଗ୍ରାମରେ ଢବ୍ଲୁ୍ୟଏଚଓ  ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ଉପସ୍ଥିତ ଥିବା ଜଣାଯାଇଛି । ଘିମିରି ସଦୃଶ ହୋଇ ସମ୍ପୃକ୍ତ ୨ ଶିଶୁ ଥଣ୍ଡା, କାଶ  ଓ ଜ୍ୱରରେ ପୀଡ଼ିତ ଥିଲେ ।

Comments are closed, but trackbacks and pingbacks are open.