+୨ ପରୀକ୍ଷା ଫଳ ପ୍ରକାଶ ପାଇଁ ଆଉ ଦୁଇ ଦିନ ଅପେକ୍ଷା

154

ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସୂଚନା ଦେଇଛନ୍ତି ଯେ, ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ବ୍ୟସ୍ତ ହୁଅନ୍ତୁ ନାହିଁ, ଆଉ ବିଳମ୍ବ ହେବନି । ଆଜି +୩ ଆବେଦନର ଶେଷ ତାରିଖ ଥିବାରୁ ତାର ସମୟସୀମା ବୃଦ୍ଧି ପାଇଁ ସେ ଉଚ୍ଚଶିକ୍ଷା ବିଭାଗକୁ ନିବେଦନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । +୨ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ +୩ ପାଇଁ ଆବେଦନ କରି ପାରି ନାହାନ୍ତି। ଏନେଇ ଅଭିଯୋଗ ଆସିବା ପରେ, +୩ ଆବେଦନ ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ।

Comments are closed, but trackbacks and pingbacks are open.