ବଙ୍ଗୋପସାଗରରେ ଆସୁଛି ୨ ଲଘୁଚାପ ;୧୪ରୁ ରାଜ୍ୟରେ ପ୍ରବଳ ବର୍ଷା

620

ଏ ମାସରେ ବଙ୍ଗୋପସାଗରରୁ ଆସୁଛି ଦୁଇଟି ଲଘୁଚାପ, ରାଜ୍ୟରେ ମଧ୍ୟମରୁ ଭାରୀ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ ବର୍ଷା ଅନୁଭୂତ ହୋଇଛି। ମଙ୍ଗଳବାର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିଛି।

ଏହା କାରଣରୁ ଗତ କିଛିଦିନ ଧରି ଲାଗି ରହିଥିବା ଖରାଟିଆ ପାଗରେ ପରିବର୍ତ୍ତନ ଆସିବା ସହ ଅନେକ ସ୍ଥାନରେ ବର୍ଷା ହୋଇଛି। ବଙ୍ଗୋପସାଗରେ ଆସୁଛି ଲଘୁଚାପ। ଆସନ୍ତା ସପ୍ତାହ ଆରମ୍ଭରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ଓଡ଼ିଶା ଉପକୂଳ ମୁହାଁଇବ। ଓଡ଼ିଶା ଉପକୂଳ ଛୁଇଁବା ପୂର୍ବରୁ ଲଘୁଚାପ ଗଭୀର ଅବପାତ ରୂପ ନେଇପାରେ। ଲଘୁଚାପ ଯୋଗୁ ପଶ୍ଚିମରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି ।


ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୬ଟି ଜିଲ୍ଲାରେ ଏହି ସମୟ ଅବଧି ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପରିକି ସ୍ଥଳ ବିଶେଷରେ ବର୍ଷାର ପରିମାଣ ୭ରୁ ୧୧ ମିମି ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Comments are closed, but trackbacks and pingbacks are open.