ନକ୍ସଲଙ୍କ ଗୁଳିରେ ୨ ଯବାନ ସହିଦ

790

ରାଉରକେଲା:  ସ୍ୱାଧୀନତା ଦିବସରେ ଲାଲ ଆତଙ୍କ । ସୁନ୍ଦରଗଡ ଜିଲ୍ଲା ସୀମାରେ  ନସ୍କଲ ହିଂସା ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ନକ୍ସଲ କରିଛନ୍ତି ସଂଘବଦ୍ଧ ହମଲା ।  ନକ୍ସଲମାନେ ଯବାନଙ୍କ ଉପରକୁ ହଠାତ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଘଟଣା ଘଟିଛି ସୋମବାର ସନ୍ଧ୍ୟାରେ  । ନସ୍କଲଙ୍କ ଗୁଳିରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର।

 ସୋମବାର ନସ୍କଲବିରୋଧୀ ଅପରେସନ ସାରି ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ  କ୍ୟାମ୍ପକୁ ଫେରୁଥିଲେ । ଏହି ସମୟରେ ନସ୍କଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ।  ଯବାନମାନଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା । ଫଳରେ ଉଭୟ ପକ୍ଷରୁ ଗୁଳି ବର୍ଷା ହୋଇଥିଲା ।  ହେଲେ ପୂର୍ବ ପ୍ରସ୍ତୁତି କରି ଆସିଥିବା ନସ୍କଲଙ୍କୁ ସଠିକ୍‌ ଭାବରେ ମୁକାବିଲା କରିପାରି ନଥିଲେ ଯବାନ । ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ଦୁଇ ଯବାନ ଘଟଣାସ୍ଥଳରେ ଟଳିପଡ଼ିଥିଲେ।

ନକ୍ସଲମାନଙ୍କୁ ମୁକାବିଲା କରିବା ପାଇଁ ଝାଡ଼ଖଣ୍ଡ ଜାଗୁଆର ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନାଯୋଗ୍ୟ, ଗତ ପାଞ୍ଚ ଦିନ ତଳେ ନସ୍କଲ ଗୁଳିରେ ଜଣେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ। ଅନ୍ୟ ଜଣେ ଯବାନ ମୁନ୍ନାଲାଲ ଯାଦବ ଗୁରୁତର ହୋଇଥିଲେ।

ଯବାନ  ସହିଦ ଘଟଣା ପରେ ଚାଇବସା କ୍ୟାମ୍ପରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

Comments are closed, but trackbacks and pingbacks are open.