ନ୍ୟାସନାଲ ହେରାଲ୍ଡ ମାମଲା , ଇଡ଼ିରେ ସୋନିଆ ଗାନ୍ଧୀ ଙ୍କୁ ୨ ଘଣ୍ଟା ଜେରା

17

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଙ୍କୁ ଇଡି ର ଜେରା I ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଙ୍ଗ ମାମଲାରେ ଆଜି ପ୍ରବର୍ତନ ନିର୍ଦେଶାଳୟ (ଇଡି) ରେ ହଜାର ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ I ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ପୂର୍ବରୁ ନୋଟିସ ଦେଇଥିଲା I ସୋନିଆ ଇଡି ଅଫିସରେ ଜେରା ହେଉଥିବା ବେଳେ ବାହାରେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Z +’ ସୁରକ୍ଷା କର୍ଡନ ମଧ୍ୟରେ ଅପରାହ୍ନରେ କେନ୍ଦ୍ରୀୟ ଦିଲ୍ଲୀର A.P.J ଅବଦୁଲ କାଲାମ ରୋଡ଼ ରେ ଥିବା ବିଦ୍ୟୁତ ଲେନ ସ୍ଥିତ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ମୁଖ୍ୟାଳୟରେ ପହଞ୍ଚିଥିଲେ ସୋନିଆ ଗାନ୍ଧୀ ପହଂଚି ଥିଲେ I ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଇଡି ଅଫିସ ଭିତରେ ମା’ଙ୍କୁ ଅପେକ୍ଷା କରି ରହିଥିଲେ। ଜେରା ଶେଷ ହେବା ପରେ ପ୍ରିୟଙ୍କାଙ୍କ ସହ ସୋନିଆ ଘରକୁ ଫେରିଛନ୍ତି। ତେବେ ତାଙ୍କୁ ଇଡି ଆଉ ଥରେ ଜେରା କରିବ। ଏଥିପାଇଁ ତାଙ୍କୁ ୨୫ ତାରିଖରେ ପୁଣି ହାଜର ହେବାକୁ ନୋଟିସ କରାଯାଇଥିବା ଜଣାପଡ଼ିଛି। ତେବେ ୭୫ ବର୍ଷିୟ ସୋନିଆ ଗାନ୍ଧୀ ନିକଟ ରେ କୋଭିଡି ୧୯ ରୁ ସୁସ୍ଥ ହୋଇଥିବାବେଳେ,ଆଜି ଜେରା ବେଳେ ବେଶ ସତର୍କତା ଅବଲମ୍ବନ କରାଯାଇଥିଲା।
ସୂଚନା ଯୋଗ୍ୟ, ଏହା ପୂର୍ବରୁ ରାହୁଲ ଗାନ୍ଧୀ ଇଡିରେ ହାଜର ହୋଇଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରାଯାଇଥିଲା। ଏହି ସମୟରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ଅନ୍ୟପକ୍ଷରେ କଂଗ୍ରେସ କର୍ମୀମାନେ ସୋନିଆଙ୍କ ଜେରାକୁ ବିରୋଧ କରି ଦେଶବ୍ୟାପି ଆନ୍ଦୋଳନ କରିଛନ୍ତି। ଦିଲ୍ଲୀ କଂଗ୍ରେସ କର୍ମୀ ଓ ପୁଲିସ୍ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। କିଛି ସ୍ଥାନରେ କଂଗ୍ରେସ କର୍ମୀମାନେ ଟ୍ରେନ ଅଟକାଇବା ସହ କାର ମଧ୍ୟ ଜାଳିଥିବା ଖବର ମିଳିଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କେଶ ରେ ସୋନିଆ ଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି I ଏନେଇ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି କି, ସମାନ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୋନିଆ ଗାନ୍ଧୀଙ୍କୁ ଜେରା କରିବାର କିଛି ଆବଶ୍ୟକତା ନଥିଲା । ଗୋଟିଏ ମାମଲାରେ ଗୋଟିଏ ପରିବାରର ଦୁଇଜଣଙ୍କୁ ଜେରା କରିବା କେଉଁ ନ୍ୟାୟର ବୋଲି ସେ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି, ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ବିରୋଧରେ ପ୍ରତିବାଦରେ ହାଇଦ୍ରାବାଦ ସମେତ ଅନେକ ସ୍ଥାନରେ କଂଗ୍ରେସ ଗୁରୁବାର ଏକ ବିଶାଳ ରାଲି କରିଥିଲା। ତେଲେଙ୍ଗାନା କଂଗ୍ରେସ ସଭାପତି ଏ। ରେଭାନ୍ଥ ରେଡ୍ଡୀ ଏହି ରାଲିର ନେତୃତ୍ୱ ନେଇ ନେକଲେସ୍ ରୋଡରେ ଥିବା ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତିରୁ ବଶେରବାଗସ୍ଥିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇଥିଲେ।

Comments are closed, but trackbacks and pingbacks are open.