ଭିଜିଲାନ୍ସ ଜାଲରେ ବିଏମସି ର ୨ କର୍ମଚାରୀ

17

ଭିଜିଲାନ୍ସ ଜାଲରେ ପଡିଲେ ବିଏମସି ର ୨ ଟ୍ୟାକ୍ସ କଲେକ୍ଟର I ହୋଲ୍ଡିଂ ଟ୍ୟାକ୍ସ କମାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I
ମିଳିଥିବା ସୂଚନା ମୁତାବକ, ଏହି ଦୁଇଜଣ ବିଏମସି ଟ୍ୟାକ୍ସ କଲେକ୍ଟର ତଥା ୱାର୍ଡ ଅଫିସର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ବୋଲି ଜଣାପଡ଼ିଛି I ଉଭୟେ ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କ ଠାରୁ ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହ ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନଙ୍କୁ ଧରିଥିଲେ। ଉଭୟଙ୍କୁ ଭିଜିଲାନ୍ସ ଅଟକ ରଖିଛି। ଦୁହେଁ ଅଭିଯୋଗକାରୀଙ୍କ ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଉଥିବା ଜଣାପଡ଼ିଛି। ଉଭୟଙ୍କ ବିରୋଧରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଯୋଗେନ୍ଦ୍ର ପ୍ରଧାନ ଜଣେ ଅବସର ପ୍ରାପ୍ତ ଟ୍ୟାକ୍ସ କଲେକ୍ଟର ହୋଇଥିବା ବେଳେ ସେ ବର୍ତ୍ତମାନ ବି ବିଏମସିରେ କାର୍ଯ୍ୟରତ ଅଛନ୍ତି।

Comments are closed, but trackbacks and pingbacks are open.