ପୋଖରୀରେ ବୁଡିଗଲେ ୨ ଶିଶୁ, ଜଣେ ମୃତ, ଜଣେ ଗୁରୁତର

475

ଠାକୁରମୁଣ୍ଡା :ପୋଖରୀରେ ବୁଡ଼ିଗଲେ ୨ ଅଙ୍ଗନବାଡି ଶିଶୁ I ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମିଟୁଆଣୀ ଗ୍ରାମର ଖେଡ଼ିଆପୋଷି ଗ୍ରାମରେ । ମୃତ ଶିଶୁ ଜଣକ ହେଲେ ଶୁଭମ ନାଏକ (୪) ଏବଂ ଗୁରୁତର ଜଣକ ହେଲେ ଭୂମିକା ପଇଦା (୫) I

ଦୁଇ ଜଣ କୁନି ଶିଶୁ ଅଜି ସକାଳୁ ଘରୁ ବାହାରି ଅଙ୍ଗନବାଡ଼ି କେନ୍ଦ୍ର ଆସିଥିଥିଲେ I ଅଙ୍ଗନୱାଡି କେଦ୍ର ଛୁଟି ପରେ ଘରକୁ ଯାଇଥିଲେ। ଘର ଲୋକ ବିଲକୁ କାମ କରିବାକୁ ଯାଇଥିବାରୁ ଘରେ କାହାକୁ ନପାଇ ଛୁଆମାନେ ମଧ୍ୟ ବିଲକୁ ଯାଉଥିବାବେଳେ ବାଟରେ ପୋଖରୀରେ ବୁଡ଼ିଯାଇଥିଲେ । ଏହା ଦେଖି ଅନ୍ୟ ପିଲାମାନେ ଡାକ ଦେବାରୁ ସ୍ଥାନୀୟ ଲୋକ ଆସି ସେମାନଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଡାକ୍ତରଖାନା ନେଇଥିଲେ , ମାତ୍ର ସେଠାରେ ପହଂଚିବା ପୂର୍ବରୁ ଶୁଭମଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଭୂମିକା ଗୁରୁତର ଅଛନ୍ତି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed, but trackbacks and pingbacks are open.