ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

37

ଭୁବନେଶ୍ୱର: +୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛି ସିଏଚ୍‌ଏସ୍‌ଇ ।www.orissaresults.nic.in  ଲଗ ଇନ କରି ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ। ସିଏଚ୍‌ଏସ୍‌ଇ ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ  ପାଇବ । ପରୀକ୍ଷା ଫଳ www.orissaresults.nic.in  ବ୍ୟତୀତ ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ଉପଲବ୍ଧ ହେବ।

ସୂଚନାଥାଉ କି, ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ମେ’ ୩୧ ତାରିଖରୁ ପ୍ରକାଶ ପାଇ ସାରିଲାଣି । ହେଲେ କଳା ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଏଥିନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଯାହା ବି ହେଉ, ଶେଷରେ ଆଜି ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠାର ଶେଷ ହେବ ।

ଚଳିତ ବର୍ଷ କଳାପରୀକ୍ଷା ମାର୍ଚ୍ଚ ୧ ରୁ ଏପ୍ରିଲ ୫ ମଧ୍ୟରେ ହୋଇଥିଲା । ଏଥର କଳାରେ ୨ ଲକ୍ଷ ୩୩ ହଜାର ୮୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦାମୂଳକ ବିଷୟରେ  ୫୦୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Comments are closed, but trackbacks and pingbacks are open.