ଓଡ଼ିଶାରୁ ୨.୬୨ କୋଟି ଟଙ୍କା ଚିଟଫଣ୍ଡ ଠକେଇ ମାମଲା: କୋଲକତାରୁ ଅଭିଯୁକ୍ତ ଏମ୍‌ଡି ଗିରଫ

30

ଭୁବନେଶ୍ୱର: ଚିଟଫଣ୍ଡ ଜମାକାରୀଙ୍କୁ ଅଧିକ ହାରରେ ସୁଧ ଦେବାକୁ ପ୍ରଲୋଭନ ଦେଖାଇ ଓଡ଼ିଶାରୁ ୨ କୋଟ ୬୨ ଲକ୍ଷ ଟଙ୍କା ଠକେଇ କରି ଫେରାର ଥିବା ଅଭିଯୁକ୍ତ ଏମ୍‌ଡିଙ୍କୁ ସୋମବାର ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ଗିରଫ କରିଛି । ସେ ହେଲେ ଜିଟେକ୍ସ ଓସିନେର ପ୍ରାଇଭେଟ ଲିମିଟେଡର ଏମଡି ଜୟଦୀପ ରାହା । ଗିରଫ ଜୟଦୀପଙ୍କୁ ଆଲିପୁର ଚବିଶ ପ୍ରାଙ୍ଗଣାର ଚିପ ଜୁଡିସିଅଲ ଜଜ୍‌ଙ୍କ ନିକଟରେ ହାଜର କରି ଟ୍ରାନଜିଟ ରିମାଣ୍ଡରେ ଇଓଡବ୍ଲ୍ୟୁ ଓଡ଼ିଶା ଆଣିଥିଲା । ଅଭିଯୁକ୍ତ ଜୟଦୀପଙ୍କୁ ପଚରାଉଚରା ପରେ ମଙ୍ଗଳବାର କଟକ ଡେଜିନେଟେଡ କୋର୍ଟ ଚାଲାଣ କରାଯାଇଥିଲା । ସୂଚନା ମୁତାବକ କୋଲକତାର ଆମ୍ବିସିଅସ ଡାଇଭର୍ସି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଲିମିଟେଡ ଓ ୟାକ ଇଣ୍ଡିଆ ମଲ୍ଟିଷ୍ଟେଟ କ୍ରେଡିଟ କୋ-ଅପରଟିଭ ସୋସାଇଟି ନାମକ ୨ଟି କମ୍ପାନୀ ଓଡ଼ିଶାରୁ ୨୦୧୦ରୁ ୨୦୧୪ ମଧ୍ୟରେ ଜମାକାରୀଙ୍କୁ ଉଚ୍ଚ ହାରରେ ସୁଧ ଦେବାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରି ଠକେଇ କରିଥିଲା । ୧୯୬୮ ଜଣ ଚିଟଫଣ୍ଡ ଜମାକରୀଙ୍କ ଠାରୁ ୨ କୋଟି ୬୨ ଲକ୍ଷ ଟଙ୍କା ଆଦାୟ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ୨ଟି କମ୍ପାନୀ ମାସିକ ସୁଧ ଦେବା ତ ଦୁର କଥା ମୂଳଧନ ଫେରସ୍ତ କରିନଥିଲେ । ଜମାକରୀ ଟଙ୍କା ଫେରସ୍ତ ମାଗିବାରୁ ୨ଟି କମ୍ପାନୀ ଓଡିଶାର ସମସ୍ତ କାର୍ଯ୍ୟାଳୟରେ ତାଲା ପକାଇ ଫେରାର ହୋଇଯାଇଥିଲେ । ଠକେଇ ଶୀକାର ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ସୁବାସ ପ୍ରଧାନଙ୍କ ସମେତ ଅନ୍ୟ ଜମାକାରୀମାନେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇ ୨୦୧୫ ମେ ୮ତାରିଖରେ ଅଭିଯୋଗ କରିଥିଲେ । ଏ ନେଇ ୧୩/୧୫ରେ ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ସଂସ୍ଥାର ଏମଡି ଓମକାର ସିଂଙ୍କ ସମେତ ସଂସ୍ଥାର ୩ ଜଣ ଡାଇରେକ୍ଟର କୁନାଲ ତ୍ୱିୱାରୀ, ଅର୍ସଦ ହୁସେନ ଓ ମିଗ୍ରାଙ୍କ ଖେରଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଏମଡ ଜୟଦୀପ ଫେରାର ରହିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ଇଓଡବ୍ଲ୍ୟୁର ଏକ ସ୍ୱତନ୍ତ୍ର ଟିମ କୋଲତାରେ ଚଢ଼ଉ କରି ଜୟଦୀପଙ୍କୁ ଗିରଫ କରିଥିଲେ ।

Comments are closed, but trackbacks and pingbacks are open.