କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ୧୯ତମ ବାର୍ଷିକ ଦିବସ

205

ଭୁବନେଶ୍ୱର,୨୨ ।୧୨: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୯ତମ ବାର୍ଷିକ ଉତ୍ସବ  “ବିୟଣ୍ଡ ବାଉଣ୍ଡାରିଜ ୨୦୨୫’ ସୋମବାର ଅନୁଷ୍ଠିତ ହୋଇଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳାକୁ ପ୍ରଶଂସା କରି କହିଲେ, ଶିକ୍ଷାଗତ ଉତ୍କଷର୍ତା ସହିତ ଦୃଢ଼ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ହେଉଛି ପ୍ରକୃତ ଶିକ୍ଷା। ଶିକ୍ଷକ ଶିକ୍ଷୟିତ୍ରୀମାନେ ସର୍ବଦା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ସର୍ଜନାତ୍ମକ ଓ ଚରିତ୍ରଗଠନକୁ ପ୍ରୋତ୍ସାହିତ କରିବା ଉଚିତ ବୋଲି ସେ କହିଥିଲେ।

ସ୍ୱାଗତ ଭାଷଣ ଦେଇ ସ୍କୁଲର ଚେୟାରପର୍ସନ ଡ ମୋନା ଲିସା ବଳ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କ ବୃଦ୍ଧିରେ ସକ୍ରିୟ ସମର୍ଥନ କରିବା ଦିଗରେ ଉତ୍ସ।।ହିତ କରିଥିଲେ।

ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରି ଚଳିତବର୍ଷ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରିଥିବା ଛାତ୍ରଛାତ୍ରୀଙ୍କ ନାମ ଉଲ୍ଲେଖ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସ୍କୁଲକୁ ସୁନାମ ଆଣିଦେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘କାରାନାଇ’ର ଇ-ସଂସ୍କରଣକୁ ଶ୍ରୀ ସାମନ୍ତ ଉନ୍ମୋଚନ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed, but trackbacks and pingbacks are open.