ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ୧୯୯୯ ବ୍ୟାଚ୍ ବନ୍ଧୁମିଳନ

197

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ସ୍ଥିତ ୧୯୯୯ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ନିମାଇଁମଲ୍ଲ ଚଣ୍ଡିମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ସଭା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବିଭୁ ମହାପାତ୍ରଙ୍କ ସଭାପତିତ୍ୱରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାର୍ଥୀ ଜୀବନର ସ୍ମୃତିଚାରଣ କରିଥିଲେ। ପରସ୍ପରର ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ରାଜୀବ କୁମାର ଜେନାଙ୍କ ପରିଚାଳନାରେ ଏହି ବ୍ୟାଚ୍‌ରେ ପଢୁଥିବା ପରଲୋକଗତ ସୁଜିତ ମିଶ୍ରଙ୍କ ଆତ୍ମାର ସଦ୍‌ଗତି ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ସୁଧୀର କୁମାର ମିଶ୍ର, ଶୁଭେନ୍ଦୁ ମହାପାତ୍ର, ଦୁର୍ଗା ମହାପାତ୍ର, ଜିତେନ୍ଦ୍ର କୁମାର ସାହୁ, ଗୋପୀନାଥ ସାହୁ, ଶରତ ନାୟକ, ଦେବେନ୍ଦ୍ର ପାତ୍ର, ସଂଗ୍ରାମ ନାୟକ, ବସନ୍ତ ପ୍ରଧାନ, ପ୍ରମୋଦ ପ୍ରଧାନ, ବିକାଶ ଲେଙ୍କା, ସୀତାକାନ୍ତ ହୋତା, ସସ୍ମିତା ଜେନା, ସସ୍ମିତା ଦଳବେହେରା, ରଜନୀରାଣୀ ପ୍ରଧାନ, ମମତା ଲେଙ୍କା, ଗୀତାରାଣୀ ଦଳାଇ, ଅନୀତା ବରାଳ, ମାନିନୀ ପଲାଇ, ସଂଗ୍ରାମ ନାୟକ ଓ ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଦିନରେ ଏହି ବନ୍ଧୁମିଳନକୁ ମହାଆଡ଼ମ୍ବରରେ କରିବା ଲାଗି ପ୍ରସ୍ତାବ ପାରିତ ହୋଇଥିଲା। ଶେଷରେ ସମସ୍ତ ବନ୍ଧୁ ପ୍ରୀତିଭୋଜନର ଆନନ୍ଦ ନେଇଥିଲେ।

Comments are closed, but trackbacks and pingbacks are open.