ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପି ରୁ ୧୯ ଜଣ ବିଦା

17

ପଞ୍ଚାୟତ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାଜ୍ୟରେ ବିଭିନ୍ନ ଦଳ ଗୁଡିକରେ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଦଳ ବିରୋଧୀ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି I ଦଳବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ପାଇଁ ୧୯ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି I ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏମାନଙ୍କୁ ବହିଷ୍କାର କରାଯାଇଥିବା ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ବହିଷ୍କୃତ ସଦସ୍ୟଙ୍କ ମଧ୍ୟରେ ସର୍ବାଧିକ ୬ଜଣ ଲେଖାଏଁ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଓ ଗଜପତି ଜିଲ୍ଲାରୁ ଜଣେ ରହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦଳୀୟ ପଦପଦବୀରେ ଥିବା କର୍ମୀମାନେ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା I

Leave A Reply

Your email address will not be published.