ରାଜ୍ୟରୁ ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ

36

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିତି ଆୟତ୍ତରେ ରହିଛି I ରାଜ୍ୟରେ ଦୈନିକ ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି I ତେବେ ପ୍ରତିଦିନ ନୂଆ ନୂଆ ଅଂଚଳ ରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି I ସେହି ଅନୁସାରେ ଆଜି ରାଜ୍ୟରୁ ଆଜି ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ରହିଛନ୍ତି । ସେହିଭଳି ଆଜି ୧୮ ବର୍ଷରୁ କମ୍ ବୟସର ୨ ଜଣ ପିଲା ସଂକ୍ରମିତ ହୋଇଛନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫, ଗଞ୍ଜାମରୁ ୨ ଓ କଟକରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେବଗଡ଼, ନୟାଗଡ଼, ସୁନ୍ଦରଗଡ଼ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେହିପରି ଗୋଟିଏ ଦିନରେ ରାଜ୍ୟରେ ଆଉ ୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୫୦୪ ରେ ପହଞ୍ଚିଛି

ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୨୩୫ ଜଣ ରହିଥିବା ବେଳେ ୯୦ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.