କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

180

ଭୁବନେଶ୍ୱର,୨ ।୭: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ସମାଜରେ ପିଲାମାନେ ନିଜକୁ ଜଣେ ଭଲ ଛାତ୍ର ଛାତ୍ରୀଭାବେ ଗଢି ତୋଳିବା ସହ ନିଜକୁ ଜଣେ ଜଣେ ଭଲ ମଣିଷଭାବେ ଗଢି ତୋଳବା ଆବଶ୍ୟକ ବୋଲି ସେ କହିଥିଲେ । ଏ କ୍ଷେତ୍ରରେ ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଯେତିକି ଦାୟିତ୍ୱ ରହିଛି ବାପା-ମାଆଙ୍କ ସେତିକି ଦାୟିତ୍ୱ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଛାତ୍ରଛାତ୍ରୀମାନେ ନିଜକୁ ଜଣେ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିପାରିଲେ ସେମାନଙ୍କ ନିକଟକୁ ସବୁ ଜିନିଷ ଆପେ ଆପେ ଆସିବ ବୋଲି ଶ୍ରୀ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

ନିଜ ଜୀବନର ଉଦାହରଣ ଦେଇ ସେ ନିଜକୁ ଏବଂ ନିଜ ବାପା-ମାଆଙ୍କୁ କଷ୍ଟ ପହଞ୍ଚାଇବା ଭଳି କୌଣସି କାମ ଜୀବନରେ ନ କରିବାକୁ  ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ପ୍ରକୃତପକ୍ଷେ ସବୁ ଦୃଷ୍ଟିରୁ ଆନ୍ତର୍ଜାତିକସ୍ତରର ବୋଲି ଶ୍ରୀ ସାମନ୍ତ କହିଥିଲେ । କିସ୍‍ ଓ କିଟ୍‍ ସଭାପତି ଶାଶ୍ୱତୀ ବଳ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରିବା ସହ ଜୀବନରେ ନିଜର ଲକ୍ଷ୍ୟ ହାସଲ ପାଇଁ ଅଧ୍ୟବସାୟ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱାଗତଭାଷଣ ପ୍ରଦାନ କରି ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ କହିଲେ, କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଆତ୍ମଶକ୍ତି ଓ ପ୍ରତିଭା ଓ ଆଗ୍ରହକୁ ଚିହ୍ନଟ କରି ସେମାନଙ୍କୁ ସେହି ଅନୁସାରେ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ ସେମାନଙ୍କର ବ୍ୟକ୍ତିତ୍ୱ ବିକାଶର ଯତ୍ନ ନେଇଥାଏ । ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍କୁଲ୍‍ର ଷ୍ଟୁଡେଣ୍ଟ କ୍ୟାବିନେଟ୍‍ ଶପଥ ଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.