ଆସନ୍ତାକାଲି କିଟ୍‌ ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

28

ଭୁବନେଶ୍ବର: ଆସନ୍ତାକାଲି କିଟ୍‌ ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତ୍ତନ ଉତ୍ସବ। ଭୁବନେଶ୍ୱରରେ ଦିନ ୧୧ଟାରେ OAT କ୍ୟାମ୍ପସ-ଥ୍ରୀରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ୍‌ରେ ଦୀକ୍ଷାନ୍ତ ଭାଷଣ ଦେବେ ନୋବେଲ ପୁରସ୍କାର ପ୍ରାପ୍ତ ଡ. ରିଗୋବେର୍ଟା ମେଞ୍ଚୁ ତୁମ୍‌। ବ୍ରିଟିଶ ପାର୍ଲାମେଣ୍ଟ ସଦସ୍ୟ ଜନ୍‌ ଡେସମଣ୍ଡ ଫୋରବେସ ଆଣ୍ଡ୍ରେସନ, ୟୁରୋପିଆନ ୟୁନିୟନ ପାର୍ଲାମେଣ୍ଟ ସଦସ୍ୟ ହିମାଂଶୁ ଗୁଲାଟି ଓ ଜର୍ମାନୀର ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଡ୍ରେସ ଜନ୍‌ ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ।

ଏହି ଅବସରରେ ପଦ୍ମଶ୍ରୀ, ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୀପା ମଲିକଙ୍କୁ ପ୍ରଦାନ କରାଯିବ ସମ୍ମାନ ସୂଚକ ଡକ୍ଟରେଟ୍‌ ଉପାଧି । ଦୀପା ମଲିକ ପାରାଲିମ୍ପିକ କମିଟି ଅଫ ଇଣ୍ଡିଆର ସଭାପତି ଅଛନ୍ତି। ଏହାସହ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ବିଶୋ ପାରାଜୁଲି, AFCONS ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ର କାର୍ଯ୍ୟକାରୀ ଉପାଧ୍ୟକ୍ଷ କେ. ସୁବ୍ରାମଣ୍ୟନ ଓ ଏସ୍‌ ଏନ ମହାନ୍ତି ଗ୍ରୁପର ଏମ୍‌ଡି ପ୍ରବୋଧ ମହାନ୍ତିଙ୍କୁ ମଧ୍ୟ ପ୍ରଦାନ କରାଯିବ ସମ୍ମାନ ସୂଚକ ଡକ୍ଟରେଟ୍‌ ଉପାଧି।

Comments are closed, but trackbacks and pingbacks are open.