କୁବେର ରେଳ ଅଧିକାରୀ ଙ୍କ ଘରୁ ୧୩ ଦିନ ଚଢାଉ ପରେ ମିଳିଲା ୧୭ କେଜିର ସୁନା,କୋଟି କୋଟି ଟଙ୍କା

22

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ରେଳ କର୍ମଚାରୀଙ୍କ ଘରେ ସିବିଆଇ ଚଢ଼ାଉ ୧୩ ଦିନରେ ପହଞ୍ଚିଛି। ରେଳ କର୍ମଚାରୀ ପ୍ରମୋଦ ଜେନା ଙ୍କ ଭୁବନେଶ୍ୱର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ । ସେ ଇଷ୍ଟକୋଷ୍ଟ ରେଲୱେର ପୂର୍ବତନ ପ୍ରିନ୍ସପାଲ୍ ଚିଫ ଅପରେସନ ମ୍ୟାନେଜର ଥିଲେ। ୧ କୋଟି ୯୨ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି।

ଆୟ ଅନୁସାରେ ଗତ ୧୫ବର୍ଷ ମଧ୍ୟରେ ପ୍ରମୋଦ ଜେନା ଓ଼ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ଠୁଳ କରିଛନ୍ତି। ୧୩ ଦିନ ହେଲା ରେଡ଼ ଚାଲିଥିଲା। ଅବସରପ୍ରାପ୍ତ IRTS ଅଧିକାରୀ ପ୍ରମୋଦଙ୍କ ଠାରୁ ୧ କୋଟି ୫୭ ଲକ୍ଷ ଟଙ୍କା ଠାବ ହୋଇଛି। ୧୭ କେଜି ସୁନା ବାବୁଙ୍କ ଘରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ଟଙ୍କା। ଅଢେ଼ଇ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ଠାବ ହୋଇଛି। ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା,ବ୍ୟାଙ୍କ ଜମା, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା କାଗଜପତ୍ର ଓ ଫ୍ଲାଟର ସନ୍ଧାନ ପାଇଛି ସିବିଆଇ।

Comments are closed, but trackbacks and pingbacks are open.