କ୍ୟାବିନେଟରେ ୧୭ ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ହକି ବିଶ୍ୱକପ ଓ ଶିଶୁ ନୀତି-୨୨ ‘ପ୍ରାରମ୍ଭ’କୁ ମିଳିଲା ମଞ୍ଜୁରୀ

21

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୭ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ I ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ୧୭ ଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ । ଏଥିରେ ନୂତନ ବନ୍ଦର ନୀତି, , ଓଡିଶାରେ ହକି ବିଶ୍ୱକପ ଉତ୍ସବ ପାଳନ ,ବିବିଧ କୃଷି ଯୋଜନା ପାଇଁ ସ୍ଵତନ୍ତ୍ର ପାଣ୍ଠିକୁ ଅନୁମୋଦନ ମିଳିଛି। ସେହିପରି OUTR ରୂପାନ୍ତରଣରେ ଖର୍ଚ୍ଚ ହେବ ୧୭ଶହ କୋଟି ଏବଂ କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣ ଏବଂ ରାଜ୍ୟ ଶିଶୁ ନୀତି-୨୨ ‘ପ୍ରାରମ୍ଭ’କୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ଏହି ବିଶ୍ୱକପ୍ ହକି ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ । ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ଯାଏ ବିଶ୍ୱକପ୍ ହକି ମ୍ୟାଚ ଖେଳାଯିବ ।

ସେପଟେ ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ସେହିଭଳି ରାଜ୍ୟ କ୍ୟାବିନେଟରେ ଶିଶୁ ନୀତି ‘ପ୍ରାରମ୍ଭ’ ଆଣିବା ନେଇ ମୋହର ଲାଗିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିଶୁଙ୍କ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ରହିବ ବୋଲି କୁହାଯାଉଛି । ସେପଟେ ଓୟୁଟିଆର ମାଷ୍ଟର ପ୍ଲାନକୁ ମଧ୍ୟ ଅନୁମୋଦନ ମିଳିଛି । ଏନେଇ ହେବାକୁ ଥିବା ରୂପାନ୍ତରଣଷର ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି କଟକ ହାଡୁଆ ନଦୀରେ ହେବ ଜଳ ଭଣ୍ଡାର । ଏହି ଜଳ ଭଣ୍ଡାର ପ୍ରୋଜେକ୍ଟରେ ଖର୍ଚ୍ଚ ହେବ ୨୨୫ ଶହ କୋଟି ଟଙ୍କା । ଏହି ଜଳଭଣ୍ଡାର କାର୍ଯ୍ୟକ୍ଷମ ହେଲେ ନରସିଂହପୁର, କଟକ, ତିଗିରିଆ, ବଡମ୍ବା ଆଦି ଅଞ୍ଚଳରେ ଚାଷଜମି ଜଳସେଚିତ ହେବ ।

Comments are closed, but trackbacks and pingbacks are open.