ସୁନ୍ଦରଗଡ଼: ଶାନ୍ତି କମିଟି ବୈଠକ ପରେ ସୁନ୍ଦରଗଡ଼ ସହରରୁ ହଟିଲା ବିଏନ୍ଏସ୍ ୧୬୩ ଧାରା। ଏ ନେଇ ଜିଲ୍ଲାପାଳ ଶଭୁଙ୍କର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏପରିକି ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବା ସହ ଶାନ୍ତି ଶୋଭାଯାତ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଥାଉକି, ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ ୪ ପୋଲିସ କର୍ମଚାରୀ ଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ। ଏପରିକି ସ୍ଥିତି ଗମ୍ଭୀର ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ସହରରେ ବିଏନ୍ଏସ୍ ୧୬୩ ଧାରା ଲାଗୁ କରାଯାଇଥିଲା। କୌଣସି ପ୍ରକାର ଉତ୍ତେଜନାମୂଳକ ସନ୍ଦେଶ ପ୍ରଚାର ନ କରାଯିବା ଉଦ୍ଦେଶ୍ୟରେ ସନ୍ଧ୍ୟା ୬ଟାରୁ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା। ବୈଠକ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରାଯାଇଛି।
Next Post
Comments are closed, but trackbacks and pingbacks are open.