ଘାଟିରେ ଯାତ୍ରୀବାହୀ ଗାଡ଼ି ଓଲଟି ୧୪ ଆହତ
କୋରାପୁଟ ଜିଲ୍ଲା ନାରାୟଣପାଟଣା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ଗାଡ଼ି I ଏହି ଦୁର୍ଘଟଣା ଫଳରେ ଗାଡି ଡ୍ରାଇଭର ଙ୍କ ସମେତ ୧୪ ଜଣ ଆହତ ହୋଇଛନ୍ତି।ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ନାରୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି। ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ସମୟରେ ଏକ ସଫାରୀରେ ଯାତ୍ରୀମାନେ ନାରୟଣପାଟଣାରୁ ଇଚ୍ଛା ଗାଁକୁ ଯାଉଥିଲେ। ତେବେ ହଠାତ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗାଡ଼ି ଉପରେ ଲୁହାକବାଟ ଲଦା ହୋଇଥିଲା। ଗାଡ଼ି ଓଲଟି ପଡ଼ିବାରୁ ଲୁହା କବାଟଗୁଡ଼ିକ ଲୋକମାନଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଜଣେ ଦୁଇ ଜଣଙ୍କର ଗୋଡୋ ଭାଙ୍ଗି ଯିବା ସହିତ ଅନେକ ଆହତ ହୋଇଛନ୍ତି I
ଦୁଇ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣା ହୋଇଥିଲା I ଘଟଣା ସ୍ଥଳରେ ପୁଲିସ ପହଂଚି ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି I
Comments are closed, but trackbacks and pingbacks are open.