ସମଗ୍ର ରାଜ୍ୟରୁ ୧୩୧ ପଜିଟିଭ୍ ଚିହ୍ନଟ

73

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଛି। କେତେବେଳେ କରୋନା ଗ୍ରାଫ୍‌ କମୁଛି ତ ପୁଣି କେବେ ବଢୁଛି। ବିଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୧୩୧ ଜଣ ଚିହ୍ନଟ ହୋଇଛନ୍ତି।   ସଂକ୍ରମିତଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୩୬୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩୩୪୩୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୭୬ଟି ସକ୍ରିୟ ମାମଲା ରହିଥିବା ବେଳେ ୧୩୨୩୮୪୩ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୩୬୦୦୦୩୩ଟି ନମୁନା ପରୀକ୍ଷା ହୋଇଛି ।

Comments are closed, but trackbacks and pingbacks are open.