ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନାମକରା ବିଶ୍ୱବିଦ୍ୟାଳୟ ଏବେ ଗେଷ୍ଟ ଫ୍ୟାକୋଲଟିଙ୍କ ଭରସାରେ ଚାଲିଛି ।୧୭ ବିଶ୍ୱବିଦ୍ୟାଳୟରେ ଏବେ ୯୬୩ ଜଣ ଗେଷ୍ଟ ଫ୍ୟାକୋଲଟି ପାଠ ପଢ଼ାଛନ୍ତି । ତନ୍ମଧ୍ୟରୁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ୫୯ ଜଣ ଗେଷ୍ଟ ଫ୍ୟାକୋଲଟି ଥିବାବେଳେ ରେଭେନ୍ସାରେ ୮୯, ସମ୍ବଲପୁରରେ ୬୪, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୧୩, ବିକ୍ରମାଦେବରେ ୭୮, ଗଙ୍ଗାଧର ମେହେରରେ ୬୧, ଖଲ୍ଲିକୋଟରେ ୬୩, ରମାଦେବୀରେ ୮୧ଜଣ ଗେଷ୍ଟ ଫ୍ୟାକୋଲଟି ରହିଛନ୍ତି । ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୧୩୦୭ ପ୍ରଫେସର ପବଦୀ ଖାଲିପଡ଼ିଛି । ତନ୍ମଧ୍ୟରୁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ୧୩୬ଟି ପ୍ରଫେସର ପଦବୀ ଖାଲିପଡ଼ିଥିବାବେଳେ ରେଭେନ୍ସାରେ ୧୫୭ଟି ପ୍ରଫେସର ପଦବୀ ଖାଲିପଡ଼ିଛି । ସେହିପରି ଖଲ୍ଲିକୋଟରେ ୧୧୨, ରାଜେନ୍ଦ୍ରରେ ୧୦୬, ଧରଣୀଧରରେ ୧୧୧ଟି ପଦବୀ ଖାଲି ପଡ଼ିଛି । ଆଜି ବିଧାନସଭାରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Comments are closed, but trackbacks and pingbacks are open.