ଟ୍ରକ୍ ଏବଂ ଟ୍ରଲର ମଧ୍ୟରେ ଧକ୍କାରେ ୧୩ ମୃତ, ୧୨ ଆହତ

227

ନୂଆଦିଲ୍ଲୀ: ରାୟପୁର-ବଲୋଦାବଜାର ରୋଡର ସାରାଗାଁଓ ନିକଟରେ ଏକ ଛୋଟ ଟ୍ରକ୍ ଏବଂ ଏକ ଟ୍ରଲର ମଧ୍ୟରେ ଧକ୍କା ହୋଇଛି, ଯେଉଁଥିରେ ୧୩ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହି ଲୋକମାନେ ବାନା ବଂଶାରିରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ରାୟପୁର ଏସପି ଲାଲ ଉମ୍ମେଦ ସିଂହ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ରାୟପୁର ଏସ୍ ପି ​​ଲାଲ ଉମ୍ମେଦ ସିଂହ କହିଛନ୍ତି ଯେ, “ଚଟୌଦ ଗାଁର କିଛି ଲୋକ ଛଠି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବଂଶରୀ ଗାଁକୁ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେମାନେ ଫେରୁଥିଲେ। ଏହି ସମୟରେ ରାୟପୁର-ବଲୋଦାବଜାର ରାସ୍ତା ନିକଟରେ ଦୁର୍ଘଟଣା ଘଟିଥିଲା। ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।”

Comments are closed, but trackbacks and pingbacks are open.