୧୨ ବର୍ଷର ନାବାଳିକାକୁ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

277

 ଭୁବନେଶ୍ବର: ପୁଣି ଗଞ୍ଜାମ ଜିଲ୍ଲାରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଳନ୍ଥରା ଥାନା ଅଞ୍ଚଳରେ ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଉକ୍ତ ନାବାଳିକାକୁ ହାତ ଗୋଡ଼ ବାନ୍ଧି ଜଣେ ୧୯ ବର୍ଷର ଯୁବକ ଦୁଷ୍କର୍ମ କରୁଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲେ। ସେଠାରୁ ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପୋଲିସ ପରିବାର ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ ହେବ ବୋଲି ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଜିଲ୍ଲା ପାଇଁ ଏହା ଆଉ ଏକ ଲଜ୍ୟା ବୋଲି ସାଧାରଣରେ ଆଲୋଚନା ହେଉଛି।

Comments are closed, but trackbacks and pingbacks are open.