୧୨ ପ୍ରତିଶତ ଜିଏସ୍‌ଟି

31

ଆମ ଦେଶରେ ଏ ସମୟରେ ପବ୍ଲିକ୍ ଶୌଚାଳୟଗୁଡ଼ିକର ଅଭାବ ନାହିଁ । ରେଲ୍‌ୱେ ଷ୍ଟେସନ୍ ବା କୌଣସି ସର୍ବସାଧାରଣ କ୍ଷେତ୍ରରେ ଆମେ ଶୌଚାଳୟର ବ୍ୟବହାର କରିବା ପାଇଁ ୫-୧୦ ଟଙ୍କା ପର୍ଯ୍ୟନ୍ତ ଦିଅନ୍ତି । ଯଦି କେହି ଏହି ସୁବିଧା ପାଇଁ ୫୦ ଟଙ୍କା ବି ମାଗିନେବ ତେବେ ନିଶ୍ଚିତ ଭାବରେ ତାକୁ ମନା କରିବେ । କିନ୍ତୁ ଆଗ୍ରାରେ ବ୍ରିଟିଶ ପର୍ଯ୍ୟଟକମାନଙ୍କ ଠାରୁ ଶୌଚାଳୟ ପରି ମୌଳିକ ସୁବିଧାର ବ୍ୟବହାର ପାଇଁ ୨୨୪ ଟଙ୍କା ମଗାଯାଇଥିବାର ଜଣାପଡ଼ିଛି । ବ୍ରିଟେନରୁ ଆସିଥିବା ଦୁଇ ଜଣ ପର୍ଯ୍ୟଟକ ଆଗ୍ରା ରେଲ୍‌ୱେ ଷ୍ଟେସନରେ ଥିବା ଶୌଚାଳୟର ବ୍ୟବହାର କରିଥିଲେ ଯେଉଁ କାରଣରୁ ସେମାନଙ୍କୁ ଶହ ଶହ ଟଙ୍କା ଦେବାକୁ ପଡ଼ିଛି । ଏହାର କାରଣ ଶୁଣିଲେ ଆପଣଙ୍କୁ ଆହୁରି ଅଜବ ଲାଗିବ କାରଣ ଏହା ଉପରେ ୧୨ ପ୍ରତିଶତର ଜିଏସ୍‌ଟି ଲଗାଯାଇଥିଲା । ଶୁଣିବାକୁ ଏହା ଯେତିକି ଅଜବ ଲାଗୁଛି ଏହା ସେତିକି ଅନୋଖା ଘଟଣା । ନୂଆ ଦିଲ୍ଲୀରୁ ବ୍ରିଟିଶ ଆମ୍ବାସୀରୁ ଦୁଇ ଜଣ ପର୍ଯ୍ୟଟକ ଆଗ୍ରା ଯାଇଥିଲେ । ସେମାନଙ୍କୁ ଶୌଚାଳୟ ବ୍ୟବହାର କରିବା ବଦଳରେ ଲାଉଞ୍ଜ୍‌ର ଫିସ୍‌ରେ ୧୨ ପ୍ରତିଶତ ଜିଏସ୍‌ଟି ଲଗେଇବା ପରେ ବିଲ୍ ଦିଆଗଲା । ଆଶ୍ଚର୍ଯ୍ୟର କଥା ଏଥିରେ ୫୦ ପ୍ରତିଶତ ଛାଡ଼ ଥିଲା ଓ ଅତି କମ୍‌ରେ ୧୧୨ ଟଙ୍କାର ଜରୁରୀ ଫିସ୍ ନିଆଯାଇଥିଲା । ଏହି ବିଲ୍‌ରେ କମ୍ପ୍ଲିମେଣ୍ଟ୍ରି କଫି, ମାଗଣା ୱାଇ-ଫାଇ ଓ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଲାଉଞ୍ଜ୍‌ରେ ରହିବାର ସୁବିଧା ଥିଲା । ତେବେ ଏକଥା ଅଲଗା ଥିଲା ଯେ ଏହି ଦୁଇ ଜଣ ପର୍ଯ୍ୟଟକ କେବଳ ଶୌଚାଳୟର ବ୍ୟବହାର କରି ବାହାରକୁ ଆସିଥିଲେ । ଏପରି ଘଟଣା ପାଇଁ ଆଇଆର୍‌ସିଟିସି ଚର୍ଚ୍ଚାରେ ଆସିଥିଲା । ଏହା ପୂର୍ବରୁ ମଧ୍ୟ ଚା’ ଓ କ୍ୟାଟରିଂ ଚାର୍ଜ ପାଇଁ ମଧ୍ୟ ଏହା ଚର୍ଚ୍ଚାରେ ଆସିଥିଲା ।

Comments are closed, but trackbacks and pingbacks are open.