ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

14

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପୁଣି ଥରେ କୋଭିଡ-୧୯ ସଂକ୍ରମଣ ସାମ୍ନାକୁ ଆସିଛି। ଗତ ଜୁନ୍ ୨୬ ତାରିଖରୁ ଜୁଲାଇ ୧୬ ତାରିଖ ମଧ୍ୟରେ ରାଜ୍ୟର ୪ଟି ଭିନ୍ନ ଭିନ୍ନ ଜିଲ୍ଲାରୁ ୧୨ଟି ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଜନସାଧାରଣ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ବୀରା ପାଣ୍ଡିଆନ୍‌ଙ୍କ ସୂଚନା ଅନୁସାରେ, ମୃତ୍ୟୁବରଣ କରିଥିବା ୪ ଜଣ ରୋଗୀ (କଡପାରୁ ୩ ଜଣ ଏବଂ କାକିନାଡାରୁ ଜଣେ) ପୂର୍ବରୁ ଅନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ସେମାନଙ୍କର ଉଚ୍ଚ ରକ୍ତଚାପ (ହାଇପରଟେନସନ), ମଧୁମେହ ଓ ଦୀର୍ଘକାଳୀନ କିଡନୀ ଜନିତ ସମସ୍ୟା ରହିଥିଲା।

Comments are closed, but trackbacks and pingbacks are open.