ନୂଆଦିଲ୍ଲୀ: ଅମୃତସରର ମଜିଠା ଅଞ୍ଚଳରେ ବିଷାକ୍ତ ମଦ ପିଇବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅମୃତସର ପୋଲିସର ସୂଚନା ଅନୁଯାୟୀ, ମଜିଠା ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘଟଣାଟି ସୋମବାର (୧୨ ମଇ) ରାତିରେ ଘଟିଥିବା କୁହାଯାଉଛି। ବର୍ତ୍ତମାନ ମଦ କେଉଁ ସ୍ଥାନରେ ବିକ୍ରି ହେଉଥିଲା, ତାହାର ତଦନ୍ତ କରୁଛି। ସୋମବାର ସକାଳେ ଏହି ଲୋକଙ୍କ ମଧ୍ୟରୁ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ପୋଲିସ ସୂଚନା ପାଇ ନଥିଲା।
Comments are closed, but trackbacks and pingbacks are open.