ଭାରତରେ ପହଞ୍ଚିଲେ ୧୨ ଚିତା

38

ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା । ମାସେ ଧରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ କ୍ୱାରେଣ୍ଟାଇନରେ ରହିବେ । ଗ୍ୱାଲିୟରରୁ ତିନୋଟି ହେଲିକପ୍ଟର ଯୋଗେ ୧୨ ଚିତାକୁ କୁନୋ ପାର୍କ ନିଆଯିବ । ହେଲିକପ୍ଟର ଅବତରଣ ପାଇଁ ୫ଟି ହେଲିପ୍ୟାଡ୍ ତିଆରି କରାଯାଇଛି । ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ, ଏହି ଚିତାବାଘ ଗୁଡ଼ିକୁ କୁନୋ ନ୍ୟାଶନାଲ ପାର୍କରେ ମାସେ ଧରି କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ଅନୁସାରେ, ପ୍ରତିବର୍ଷ ଦକ୍ଷିଣ ଦକ୍ଷିଣ ଆଫ୍ରିକାରୁ ୧୦ରୁ ୧୨ ଚିତାଙ୍କୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଅଣାଯିବ । ଗ୍ୱାଲିୟର ଆସୁଥିବା ଏହି ଚିତାକୁ ସ୍ୱାଗତ କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି ।

ଚିତାର ଆଗମନ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଭୂପେନ୍ଦ୍ର ସିଂ ଉପସ୍ଥିତ ରହିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରେ ନାମିବ୍ୟାରୁ ୮ଟି ଚିତାକୁ ଭାରତ ଅଣାଯାଇଥିଲା ।

Comments are closed, but trackbacks and pingbacks are open.