ୱେବ ସାଇଟରେ ଉପଲବ୍ଧ ହେଲା ଦଶମ ପରୀକ୍ଷା ସମ୍ପର୍କିତ ସୂଚନା

30

ୱେବ ସାଇଟରେ ମିଳିଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ୱେବସାଇଟରେ ଅପଲୋଡ କରାଯାଇଛି । ବୋର୍ଡ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ୨ୟ ସବମେଟିଭ ଆସେସମେଣ୍ଟ (ଏସଏ-୨)ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଏଣିକି ୱେବ ସାଇଟରେ ଉପଲବ୍ଧ ହେବ ।

ବୋର୍ଡର ଅଫିସଆଲ ୱେବ ସାଇଟ www.bseodisha.ac.in କୁ ଯାଇ ଏହି ତଥ୍ୟ ପାଇପାରିବେ । ପ୍ରତ୍ୟେକ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏହି ସୂଚନା ଅପଲୋଡ କରିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି ।କେଉଁ ସ୍କୁଲ ନୋଡାଲ ସେଣ୍ଟର ହେବ, ନ୍ୟୁଟର ସ୍କୁଲ ଏବଂ ମେଣ୍ଟର ସ୍କୁଲ ହୋଇଛି କି ନାହିଁ ଏ ସବୁ ତଥ୍ୟ ବୋର୍ଡ ପକ୍ଷରୁ ସୂୁଚନା ଦିଆଯାଇଛି ।

ଏହା ବ୍ୟତୀତ ନବମ ଶ୍ରେଣୀ ଏସଏ-୨ ଖାତା ମୂଲ୍ୟାୟନ କେବେ ହେବ, ଏଫଏ-୩, ଏଫଏ-୪ ମାର୍କ କେବେ ଅପଲୋଡ କରାଯିବ ସେ ତଥ୍ୟ ମଧ୍ୟ ରହିଛି । ଏଥି ସହିତ ନବମ ଓ ଦଶମ ଶ୍ରେଣୀ, ମୁକ୍ତ ବିଦ୍ୟାଳୟ ପରୀକ୍ଷାର ସମସ୍ତ ସୂଚନା ଏହି ସାଇଟରେ ଅପଲୋଡ କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.